Saturday , August 13 2022
Breaking News
Home / ବିଶେଷ / ଅପହରଣ ପରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଚାରି ଅଭିଯୁକ୍ତ ଗିରଫ

ଅପହରଣ ପରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଚାରି ଅଭିଯୁକ୍ତ ଗିରଫ

ବାଲିଗୁଡା,୩୦/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ରେ ଅଭାବନୀୟ ଘଟଣା ଘଟିଛି । ଏକ ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ରେ ବାଲିଗୁଡା ପୋଲିସ ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦଣ୍ଡପଦର ର ଚକାଡୋଳା ଡିଗାଲ, ମୁଣ୍ଡା ସାହିର ଜୋସେଫ ନାୟକ, ହାଟପଦା ର ଶିବ ସେଠୀ ଓ ସାରଙ୍ଗଡ଼ ର ରୀତିକ ନାୟକ । ସୂଚନାପ୍ରକାରେ ନାବାଳିକା ଜଣକ ନୟାଗଡ ର କିନ୍ତୁ ସେ ନିଜ ଆଇ ଘର ଫୁଲବାଣୀ ରେ ରହୁଥିବା ବେଳେ ସେଠାରୁ ଗତ ୨୬ ତାରିଖ ରାତିରେ ଚକାଡୋଳା ଓ ରୀତିକ ଏକ କାରଯୋଗେ ବାଲିଗୁଡା ସ୍ଥିତ ଦଣ୍ଡପଦର ସିଟି ସ୍କୁଲ ନିକଟରେ ଥିବା ଏକ ଘରକୁ ଆଣିଥିଲେ । ସମ୍ପୃକ୍ତ ନାବାଳିକାକୁ ଚାରି ଅଭିଯୁକ୍ତ ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ବାଲିଗୁଡା ଥାନା ରେ ଏତଲା ଦାୟର ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାଲିଗୁଡା ଥାନା ପୋଲିସ କେଶ ନଂ. ୨୨୦/୨୧ ରେ ଏକ ମାମଲା ରୁଜ୍ଜୁ କରି ଚାରି ଅଭିଯୁକ୍ତ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ସୂତ୍ରରୁ ପ୍ରକାଶ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.