Wednesday , December 8 2021
Home / ରାଜନୀତି / ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସରକାରଙ୍କୁ କଟକରେ ଘେରିଵ ଜାତୀୟ ମହିଳା ବିଜେପି

ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସରକାରଙ୍କୁ କଟକରେ ଘେରିଵ ଜାତୀୟ ମହିଳା ବିଜେପି

କଟକ ସଦର, ୨୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବଲାଙ୍ଗୀର ଜିଲ୍ଲା ବୁଢା ଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେଳ ହତ୍ୟା କାଣ୍ଡରେ ଜଡିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିଵ୍ୟଶଙ୍କର ମିଶ୍ର ଙ୍କୁ ବରଖାସ୍ତ ସହ ଗିରଫ କରିଵା ଦାଵିରେ ଆସନ୍ତା କାଲି ଶନିଵାର କଟକରେ ସରକାରଙ୍କୁ ଘେରିଵ ଜାତୀୟ ମହିଳା ଵିଜେପି। ଏଥିପାଇଁ କଟକ ସଦର ଉପଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ଗ୍ରାମଞ୍ଚଳ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଵିରାଟ ମହିଳା ମହିଳା ସମାଵେଶରେ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ନିର୍ଦ୍ଦେଶରେ ସାଂସଦ ସୁନିତା ଦୁଗଲ୍, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାପତି ଏସ୍ ଶ୍ରୀନିବାସନ, ବିଧାୟିକା ରୂପା ମିତ୍ର  ଚୈ।ଧୁରୀ ପ୍ରମୁଖ ଙ୍କ ସହିତ ରାଜ୍ୟ ନେତୃମଣ୍ଡଳୀ ଯୋଗଦେବେ ଵୋଲି କଟକ ନଗର ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ଠାରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ କେନ୍ଦ୍ରୀୟ ମହିଳା ନେତୃମଣ୍ଡଳୀ ଆଜି ଶୁକ୍ରବାର ଅପରାହ୍ନରେ ଭୂଵନେଶ୍ୱରରେ ପହଞ୍ଚି ମୃତା ମମିତା ମେହେର ପରିଵାରକୁ ଭେଟିବାକୁ ଯିଵା ସହିତ ବୁଢା ଲିଙ୍ଗ କଲେଜ ଓ ସ୍କୁଲ ପରିଦର୍ଶନ କରିଵେ ଵୋଲି କାର୍ଯ୍ୟ ସୂଚି ରହିଛି। ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *