କେନ୍ଦ୍ରାପଡ଼ା, ୨୯/୧୦/୨୦୨୧(ଓଡ଼ିଶା ସମାଚାର)- ବିଜୁ ଛାତ୍ରଜନତା ଦଳର ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ଜିଲ୍ଲାରୁ ଏକ ଟିମ ଜିଲ୍ଲା ବିଜୁ ଛାତ୍ରଜନତା ଦଳର ସଭାପତି ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଯୋଗଦେଇଛନ୍ତି । କେନ୍ଦ୍ରାପଡାରୁ ଯାଇଥିବା ଟିମରେ କେନ୍ଦ୍ରାପଡା ବ୍ଲକ ବିଜୁ ଛାତ୍ରଜନତା ଦଳ ସଭାପତି ପ୍ରକାଶ କୁମାର ସାହୁ, କେନ୍ଦ୍ରାପଡା ନଗର ସଭାପତି ବିରାଜ ସିଂ, ରାଜନଗର ବ୍ଲକ ସଭାପତି ମନୋଜ ମଲିକ, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ପ୍ରିୟବ୍ରତ ପରିଡା, ପଟ୍ଟାମୁଣ୍ଡାଇ ନଗର ସଭାପତି ଦେବାଶିଷ ନାୟକ, ଆଳି ବ୍ଲକ ସଭାପତି ଅମୀୟ କୁମାର ବେହୁରା, ରାଜକନିକା ବ୍ଲକ ସଭାପତି ତାପସ କୁମାର ପରିଡା, ରାଜକନିକା ବ୍ଲକ ଉପସଭାପତି ପ୍ରକାଶ କୁମାର ସେନାପତି, ଚିତରଞ୍ଜନ ପତି, ଜ୍ଞାନରଞ୍ଜନ ବେହେରା, ଅଭିଷେକ ସ୍ୱାଇଁ, ବିଶ୍ୱଜିତ ଜେନାଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ଓ ନଗରର କର୍ମକର୍ତାମାନେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର