Monday , December 6 2021
Breaking News
Home / ବିଶେଷ / ପାଟକୁରା ଗ୍ୟାଙ୍ଗ ୱାର ଘଟଣାରେ ପାଟକୁରା ଥାନାରେ ୪ ଅଟକ , ସାଇଂଟିଫିକ୍ ଟିମ୍ ର ଘଟଣାସ୍ଥଳ ପରିଦର୍ଶନ

ପାଟକୁରା ଗ୍ୟାଙ୍ଗ ୱାର ଘଟଣାରେ ପାଟକୁରା ଥାନାରେ ୪ ଅଟକ , ସାଇଂଟିଫିକ୍ ଟିମ୍ ର ଘଟଣାସ୍ଥଳ ପରିଦର୍ଶନ

ଗରଦପୁର, ୨୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ନୂଆପଡ଼ା ବଜାରରେ ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ଗ୍ୟାଙ୍ଗ ୱାର ଘଟିଥିଲା । ଏଥିରେ ୩ ଜଣ ଗୁରୁତର ଆହତ କଟକ ମେଡ଼ିକାଲ ରେ ଚିକିତ୍ସାଧିନ ଅଛନ୍ତି । ଅପର ପକ୍ଷରେ ଏ ସମ୍ପର୍କରେ ଆକ୍ରମଣ ର ଶିକାର ହୋଇଥିବା ସାର୍ପ ସୁଟର ବିଭୁ ର ବଡ଼ ଭାଇ ଦୀପୁ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସ୍ଥାନୀୟ ତାଳସଙ୍ଗା ପଂଚାୟତ ଖର୍ଦାସାହିର ପ୍ରଶାନ୍ତ ବେହେରା ଓ ତାର ସାଥିମାନେ ପ୍ରାଣାନ୍ତକ ଆକ୍ରମଣ କରି ତାର ୨ ଭାଇ ବିଭୁ ଓ ପ୍ରଭାତ ଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ମାମଲା ନଂ୪୯୮/୨୧ ରୁଜୁ କରି ପୋଲିସ ଛାନଭିନ୍ ଜାରି ରଖିଛି । ଆଜି ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ ପହଂଚି ରକ୍ତ ନମୁନା ଓ ମାଟି ସଂଗ୍ରହ କରିଥିବାବେଳେ ପାଟକୁରା ପୋଲିସ ଏହି ଘଟଣାରେ ଭାଙ୍ଗିଥିବା ଅବସ୍ଥାରେ ବ୍ୟବହୃତ କାର , ଚପଲ ହଳେ ଓ ବ୍ୟବହୃତ ହୋଇଥିବା ଠେଙ୍ଗାବାଡ଼ିର ଟୁକୁଡ଼ା ଅଂଶ ଜବତ କରିଛି । ବଜାରର କେତେକ ସିସିଟିଭି ଫୁଟେଜ କୁ ମଧ୍ୟ ପୋଲିସ ଜାଂଚ କରିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଥିବା ପ୍ରଶାନ୍ତ ଗୋଷ୍ଠିର ୪ ଜଣ ଙ୍କୁ ପାଟକୁରା ପୋଲିସ ଗତକାଲି ରାତିରୁ କବଜା କରି ପାଟକୁରା ଥାନାରେ ଅଟକ ରଖିଛି । ଗତକାଲି ରାତ୍ରୀ ଠାରୁ ନୂଆପଡା ବଜାରରେ ଥିବା ଦୋକାନଗୁଡିକ ବନ୍ଦ ରହିଥିବାବେଳେ,ଲୋକମାନେ ଭୟଭିତ ହୋଇପଡିଛନ୍ତି । ଆଜି ସାପ୍ତାହିକ ହାଟ ଥିଲେ ମଧ୍ୟ ବହୁ ଦୋକାନ ଖୋଲାନଥିଲା । ତଦନ୍ତ ବ୍ୟାଘାତ ହେବା ଦୃଷ୍ଟି ରୁ ଅଧିକ ସୂଚନା ଦେବାକୁ ପୋଲିସ ରାଜି ହେଉନାହିଁ । ବିଭୁ ଏବଂ ତା ଭାଇକୁ ପଚରା ଉଚୁରା ପାଇଁ ପାଟକୁରା ପୋଲିସ କଟକ ଯାଇଥିବା ମଧ୍ୟ ଖବର ମିଳିଛି ।  ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *