କଟକ ସଦର, ୨୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଆଜି ହେଉଛି ଅକ୍ଟୋବର ୨୯ ତାରିଖ। ଠିକ୍ ଆଜିର ଦିନରେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଦୀର୍ଘ ୨୨ ତଳେ ସଂଗଠିତ ହୋଇଥିଲା ମହାପ୍ରଳୟଙ୍କାରୀ ମହାବାତ୍ୟା।ସେହି ମହାବାତ୍ୟାନ ଛାପ ମନରୁ ଲିଭି ଲିଭି ଆସୁଥିବା ବେଳେ ଉପକୂଳ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ଲୋକେ କିନ୍ତୁ ଭୂଲିପାରୁ ନାହାଁନ୍ତି ସେଦିନର ସେହି ହୃଦୟ ବିଦାରକ ଅନୁଭୂତିକୁ। ସେଦିନ ଥିଲା ୧୯୯୯ ଅକ୍ଟୋବର ୨୯ ଗୁରୁବାର । ସକାଳୁ ସାରାଦିନ ଝିପି ଝିପି ବର୍ଷା ଲାଗି ରହିଥିବା ବେଳେ ରାତିରେ ଆରମ୍ଭ ହୋଇଥିଲା ୭୦ ରୁ ୮୦ କିମି ପର୍ୟ୍ୟନ୍ତ ପଵନ। ରାତି ପାହିଲା। ଶୁକ୍ରବାର ସକାଳ ୭ ଟାରୁ ବଢିଲା ପଵନର ଵେଗ। କ୍ଷିପ୍ର ଗତିରେ ମାଡି ଆସିଲା ମୃତ୍ୟୁର ଫାସ । ଦୀର୍ଘ ୩୬ ଘଣ୍ଟା ଧରି ଚାଲିଲା ମହାବାତ୍ୟାର ମହାତାଣ୍ଡଵ। ପ୍ରକୃତିର କୃରତାରେ ସେଦିନ ସ୍ତବ ହୋଇଯାଇଥିଲା ବିଶେଷ କ୍ଷତିଗ୍ରସ୍ତ ଏରସମା ଅଞ୍ଚଳ । ଆଜିଵି କ୍ଷତିଗ୍ରସ୍ତ ଅଞ୍ଚଳରେ ଶୁଖିନି ଲୁହ କି ଥମିନାହିଁ କୋହ । ମନେପକାଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ହରାଇଥିବା ସେହି ଜ୍ଞାତିପରିଜନଙ୍କୁ। ବାତ୍ୟା ବିଭୀଷିକାର ଵହୁ ଚର୍ଚ୍ଚିତ ଅନେକ ପୁରୁଣା କାହାଣୀ ଏଵେଵି ସମ୍ପୃକ୍ତ ଅଞ୍ଚଳରେ ଶୁଣିଵାକୁ ମିଳୁଛି। ଓଡ଼ିଶା ସମାଚାର