Wednesday , December 1 2021
Breaking News
Home / ବିଶେଷ / ଆଇନଜୀବୀ କୁଞ୍ଜବିହାରୀ ପରିଡାଙ୍କୁ ସେବାଶ୍ରୀ ସମ୍ମାନ

ଆଇନଜୀବୀ କୁଞ୍ଜବିହାରୀ ପରିଡାଙ୍କୁ ସେବାଶ୍ରୀ ସମ୍ମାନ

କେନ୍ଦ୍ରାପଡ଼ା, ୨୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଉତ୍କଳ ଭାରତୀ ଡଃ.କୁନ୍ତଳା କୁମାରୀ ସାବତ ପ୍ରତିଭା ସମିତିର ପ୍ରତିଷ୍ଠାତା ସଭାପତି ତଥା ଆଇନଜୀବୀ କୁଞ୍ଜବିହାରୀ ପରିଡାଙ୍କୁ ରାଜଶ୍ରୀ କଳା ଓ ସଂସ୍କୃତି ସଂସଦର ୩୩ତମ ବାର୍ଷିକ ଉତ୍ସବରେ ସେବାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଓ ବିଶିଷ୍ଟ ଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଓଡିଶା ବିଧାନସଭା ସଚିବ ଦାଶରଥି ଶତପଥୀ ପ୍ରମୁଖ ଯୋଗଦେଇ ଶ୍ରୀ ପରିଡାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଉସôବରେ ବରିଷ୍ଠ କବି ସଞ୍ଜୟ କୁମାର ରଥ, ପ୍ରାକ୍ତନ ସ୍ୱତନ୍ତ୍ର ଶାସନ ସଚିବ ଅରୁଣାଂଚଳ ଦାଶ,  ଯାତ୍ରାଭିନେତା ଦୈତାରୀ ପଣ୍ଡା, କବି ଶ୍ରୀଧର ସାମଲ ଓ ସମ୍ପାଦକ ଆଶୁକବି ହେମନ୍ତ ଜେନା, ଶିକ୍ଷାବିତ ନଳିନୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *