Sunday , October 1 2023
Home / ଶିକ୍ଷା / ସ୍କୁଲ ଓ ଗଣଶିକ୍ଷା ସଚୀବଙ୍କ ସମୀକ୍ଷା ବୈଠକ

ସ୍କୁଲ ଓ ଗଣଶିକ୍ଷା ସଚୀବଙ୍କ ସମୀକ୍ଷା ବୈଠକ

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ ଖଣ୍ଡତରୀସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଜଗତସିଂହପୁର ଜିଲା ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ପ୍ରମୁଖ ସଚୀବ ସତ୍ୟବ୍ରତ ସାହୁ, ଯୁଗ୍ମ ସଚୀବ ସନାତନ ପଣ୍ଡା, ଜିଲାପାଳ ତାରୁଲ ପଟୱାରୀ, ଏଡ଼ିଏମ ସଚିଦାନନ୍ଦ ସାହୁ, ପିଡ଼ି ସରୋଜକାନ୍ତ ମହାନ୍ତି , ରାଜସ୍ୱ ବିଭାଗ ଏଡ଼ିଏମ ଚିନ୍ମୟୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଜିଲାର ଶିକ୍ଷା ବିଭାଗର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ । ପ୍ରତି ସ୍କୁଲ ର ପ୍ରଧାନ ଶିକ୍ଷକମାନେ ପ୍ରତ୍ୟେକ ଦିନ ଅନ୍ତତ ପକ୍ଷେ ୨ ଟି କ୍ଲାସ ନେବା ସହିତ ଷ୍ଟାଫ ମିଟିଙ୍ଗ ମାଧ୍ୟବରେ ସମସ୍ତ ସୁବିଧା ଅସୁବିଧା ବୁଝିବା , ଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା, ଶତ ପ୍ରତିଶତ ରେଜଲ୍ଟ କରିବା , ଲାଇବ୍ରେରୀ, ସ୍କାଟ କ୍ଲାସ, ଯୋଗ, ଖେଳକୁଦ, ଶାରୀରୀକ ସୁସ୍ଥତା ସହିତ ମୋ ସରକାର ଓ ୫ ଟି କୁ ଗୁରୁତ୍ୱ ଦେବା ପାଇଁ ସଚୀବ ଶ୍ରୀଯୁକ୍ତ ସାହୁ ପ୍ରକାଶ କରିଥିଲେ । ଏଥି ସହିତ ପ୍ରତ୍ୟେକ ସ୍କୁଲ ର ଭିତିଭୂମି ସୁଦୃଢ଼ କରିବା ପାଇଁ ମଧ୍ୟ ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲାର ଏଡ଼ିଇଓ ଓ ସମସ୍ତ ବ୍ଲକ୍ ର ବିଇଓ, ଏବିଇଓ, ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜଗତସିଂହପୁର ଜିଲାପାଳ ତାରୁଲ ପଟୱାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ଆୟୋଜନରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପରେଶ କୁମାର ପାତ୍ର, ରାଜଶ୍ରୀ ସାହୁ, ତିର୍ତୋଲ ବ୍ଲକ୍ ଶିକ୍ଷା ଅଧିକାରୀ ଅନନ୍ତ କିଶୋର ଭୂୟାଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *