Monday , November 29 2021
Breaking News
Home / ଶିକ୍ଷା / ସିଦ୍ଧେଶ୍ୱରୀ ଉପ୍ରା ବିଦ୍ୟାଳୟ ଏସଏମସି ସଭାପତି ନିର୍ବାଚିତ 

ସିଦ୍ଧେଶ୍ୱରୀ ଉପ୍ରା ବିଦ୍ୟାଳୟ ଏସଏମସି ସଭାପତି ନିର୍ବାଚିତ 

ତାରପୁର, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଶିକ୍ଷା ବିଭାଗ ଅଧିନରେ ଥିବା ପୁରୁଣା ବସନ୍ତ ପଂଚାୟତ ଦେଉଳିସାହିସ୍ଥିତ ସିଦ୍ଧେଶ୍ୱରୀ ସରକାରୀ ଉପ୍ରା ବିଦ୍ୟାଳୟରେ ଏସଏମସି ସଭାପତି ନିର୍ବାଚିତ ହୋଇଛନ୍ତି ।  ସ୍ମୁଲ ର ପ୍ରଧାନଶିକ୍ଷୟିତ୍ରୀ ଦାୟିତ୍ୱରେ ଥିବା ସରୋଜିନୀ ସାହୁଙ୍କ ଉପସ୍ଥିତିରେ ଏହି ନିର୍ବାଚନ ପ୍ରକ୍ରିୟାରେ କମିଟିର ୧୨ ଜଣ ସଭ୍ୟ ଉପସ୍ଥିତ ଥିବାବେଳେ ସଭାପତି ପଦ ପାଇଁ ଜ୍ୟୋତିକାନ୍ତ ମହାନ୍ତି ଓ ରାଜେନ୍ଦ୍ର କୁମାର ସ୍ୱାଇଁ ପ୍ରତିଦ୍ୱନ୍ଦିତା କରିଥିଲେ । ଉଭୟ ୬ ଖଣ୍ଡ ଲେଖା ଭୋଟ ପାଇଥିବାରୁ ସମସ୍ତ ଙ୍କ ଉପସ୍ଥିତିରେ ଧର୍ମଗୁଳାର ସାହାରା ନିଆଯାଇଥିଲା । ଏହି ଧର୍ମଗୁଳା ମାଧ୍ୟମରେ ରାଜେନ୍ଦ୍ର କୁମାର ସ୍ୱାଇଁ ସଭାପତି ନିର୍ବାଚିତ ହୋଇଥିଲେ । ଏହାପରେ ସର୍ବ ସମ୍ମତି କ୍ରମେ କବିତା ସେଠୀ ଉପସଭାପତି ଭାବେ ମନୋନୀତ ହୋଇଥିଲେ । ଏହି ନିର୍ବାଚନ ପ୍ରକ୍ରିୟାରେ କମିଟିର ସଭ୍ୟ ସଭ୍ୟା ପ୍ରମୋଦିନୀ ଦାସ, ସୀମା ମଲିକ , ଗଗନ ବିହାରୀ ବସ୍ତିଆ, ବ୍ରଜ କିଶୋର ବେହେରା, ପ୍ରକାଶ ସେଠୀ, ପରିକ୍ଷିତ ବେହେରା, ସୁମିତ୍ରା ପାଢ଼ୀ, ସନ୍ଧ୍ୟାରାଣୀ ସାହୁ, ପୁଷ୍ପାଂଜଳୀ ସ୍ୱାଇଁ ଙ୍କ ସମେତ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସଂଜୟ ବେହେରା ନିର୍ବାଚନ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଏକ କାର୍ଯ୍ୟକାରିଣୀ ବୈଠକ ଦୁହୁରିଆସ୍ଥିତ ଶିକ୍ଷକ ଭବନରେ ସଭାପତି ସନ୍ତୋଷ କୁମାର …

Leave a Reply

Your email address will not be published. Required fields are marked *