କଲାହାଣ୍ଡି ୨୮/୧୦/ ୨୦୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ପଞ୍ଚାୟତ ସମ୍ମୁଖ ରେ ଏକ ଧାନ ବୋଝେଇ ଟ୍ରାକ୍ଟର ପଛପଟରେ ବାଇକ୍ ପିଟିହୋଇ ଦୁଇ ବାଇକ୍ ଆରୋହୀ ମୃତ୍ୟୁ ବରଣ କରିଛନ୍ତି । ସୁଚନା ଯୋଗ୍ୟଯେ, ଗୋଲାମୁଣ୍ଡା ପଞ୍ଚାୟତ ସମ୍ରତ ବସା ଗ୍ରାମ ର ସତ୍ୟାନନ୍ଦ ମାଝୀ ଓ ଫୋଇରୀ ପାଣି ଗ୍ରାମର ଗୋକୁଳ ମାଝୀ ଦୁଇ ଜଣ ସିଜିଓ ୪ ଡ଼ିଡ଼ି ୮୭୧୬ ହିରହୋଣ୍ଡା ସ୍ପେଲେଣ୍ଡର ବାଇକ୍ ରେ ଧର୍ମଗଡ ଅଭିମୁଖେ ଯିବା ସମୟରେ ଖଲିଆକାନି ପଞ୍ଚାୟତ ସମ୍ମୁଖ ରେ ଥିବା ଟ୍ରାକ୍ଟର ଓଡ଼ିଓ୮ ୨୯୭୨ କୁ ପଛପଟୁ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ଗୋଲାମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଧର୍ମଗଡ ଉପଖଣ୍ଡ ପଠାଯାଇଥିବା ସୁଚନା ମିଳିଛି । ଓଡିଶା ସମାଚର