Monday , November 29 2021
Breaking News
Home / ବିଶେଷ / ମାହାଙ୍ଗାରେ ମିଶନ ଶକ୍ତିର ସମୀକ୍ଷା ବୈଠକ, ମହିଳା ମାନଙ୍କୁ ସଶକ୍ତ କରିବାପାଇଁ ଆଇନି ମନ୍ତ୍ରୀଙ୍କ ଆହ୍ୱାନ

ମାହାଙ୍ଗାରେ ମିଶନ ଶକ୍ତିର ସମୀକ୍ଷା ବୈଠକ, ମହିଳା ମାନଙ୍କୁ ସଶକ୍ତ କରିବାପାଇଁ ଆଇନି ମନ୍ତ୍ରୀଙ୍କ ଆହ୍ୱାନ

ମାହାଙ୍ଗା,୨୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ସମୟ ବଦଳି ଯାଇଛି, ମହିଳାମାନେ ଆଉ ଘର କୋଣରେ ବସିରହୁ ନାହାନ୍ତି । ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଦିନେ ବିଜୁବାବୁ ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇଆସୁଥିଲେ । ଆଜି ତା’ଙ୍କ ସୁପୁତ୍ର ମିଶନ ଶକ୍ତି ଜରୀଆରେ ମହିଳାମାନଙ୍କୁ ଆଗକୁ ବଢିବାପାଇଁ ସୁଯୋଗ ଦେଇଛନ୍ତି । ମାହାଙ୍ଗା ଗ୍ରାମପଂଚାୟତରେ ଆଜି ୧୦୧ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏକତ୍ରିତ କରାଯାଇ ସେମାନଙ୍କ କାର୍ୟ୍ୟ ଦକ୍ଷତାର ସମୀକ୍ଷା କରାଯାଇଥିଲା । ବୈଠକ ରେ ସିଡିପିଓ ପ୍ରମୋଦିନୀ ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଆଇନି ଓ ପଞ୍ଚାୟତିରାଜ ମନ୍ତୀ ପ୍ରତାପ ଜେନା ଯୋଗଦେଇ ଏହି ଗ୍ରାମୀଣ ମହିଳା ମାନଙ୍କ କାର୍ୟ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ବ୍ଲକ ମହିଳା ଫେଡେରେସନ ସଭାପତି ସୁସ୍ମିତା ଦାସ, ପଞ୍ଚାୟତ ଫେଡେରେସନ ସଭାନେତ୍ରୀ ପ୍ରତିମା ମହାନ୍ତି, ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।
ଏହି କାର୍ୟ୍ୟକ୍ରମକୁ ସମାଜସେବୀ ରଜନୀ ପରିଡା, ନିରଞ୍ଜନ ମହାନ୍ତି, ତାରାକାନ୍ତ ମହାପାତ୍ର, ଅମର ମୁଖାର୍ଜୀ, ସୁରେଶ ଜେନା, ଯୋଗେଶ ମହାନ୍ତି, ଜଗନ୍ନାଥ ମହାନ୍ତି, ତପନ ମହାନ୍ତି, ପ୍ରମୁଖ ପରିଚାଳନା କରିଥିଲେ । ଏକ ହଜାରରୁ ଉର୍ଦ୍ଧ୍ଵ ମହିଳା ସଦସ୍ୟାଙ୍କୁ ବୈଠକରେ ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

ୟୁନିୟନ କ୍ଲବ ପକ୍ଷରୁ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତିଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ୟୁନିୟନ କ୍ଲବର ସଭାପତି ଆଇନଜୀବୀ ସ୍ୱର୍ଗତ ସଚ୍ଚିଦାନନ୍ଦ …

Leave a Reply

Your email address will not be published. Required fields are marked *