କଟକ, ୨୮/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)-କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡଳୀ ବ୍ରିଜ୍ ଉପରରୁ ମହାନଦୀକୁ ଡେଇଁ ୨ ଜଣ ଯୁବକ ନିଖୋଜ ହୋଇଛନ୍ତି। ଆଜି ଅପରାହ୍ନ ପ୍ରାୟ ୩ଟାରେ ଏହି ଅଘଟଣ ଘଟିଛି। ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ସ୍କୁଟିର ପଂଜୀକରଣ ନମ୍ବରରୁ ଯାହା ଜଣାପଡୁଛି, ଯୁବକ ଦ୍ବୟ ଗଂଜାମ ଜିଲ୍ଲାର ହୋଇଥାଇ ପାରନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭୁବନେଶ୍ବର ପାର୍ଶ୍ବରୁ ଆଜି ଅପରାହ୍ନ ପ୍ରାୟ ୩ଟାରେ ୨ ଜଣ ଯୁବକ ସ୍କୁଟି (ଓଡି ୦୭ ପି-୧୨୮୬)ରେ କଟକ ଅଭିମୁଖେ ଯାଉଥିଲେ। ଯୁବକ ଦ୍ବୟ ମୁଣ୍ଡଳୀ ବ୍ରିଜ୍ ଉପରେ ପହଂଚିବା ପରେ ଅଟକିଥିଲେ। ସେମାନେ ବ୍ରିଜ୍ ଉପରେ ସ୍କୁଟି ଓ ମୋବାଇଲ ରଖିଥିଲେ। ଏହା ପରେ ମହାନଦୀକୁ ଡେଇଁପଡ଼ିଥିଲୋ ସ୍ଥାନୀୟ ପୁଲିସ ଅଗ୍ନିଶମ ବାହିନୀ ସହାୟତାରେ ପାଣିରେ ଖୋଜାଖୋଜି ଚାଲିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ବେଳକୁ ଯୁବକଙ୍କ କୌଣସି ପତ୍ତା ମିଳି ପାରିନାହିଁ। ଓଡ଼ିଶା ସମାଚାର
