Saturday , June 3 2023
Breaking News
Home / କ୍ରୀଡ଼ା / ବି.ସି.ସି.ଆଇ. ମହିଳା ଚ୍ୟାଲେଞ୍ଜ ଟ୍ରଫି ପାଇଁ ମନୋନୀତ ଶୁଭ୍ରାଙ୍କୁ କୋଚ ସୁବାଷଙ୍କ ଅଭିନନ୍ଦନ

ବି.ସି.ସି.ଆଇ. ମହିଳା ଚ୍ୟାଲେଞ୍ଜ ଟ୍ରଫି ପାଇଁ ମନୋନୀତ ଶୁଭ୍ରାଙ୍କୁ କୋଚ ସୁବାଷଙ୍କ ଅଭିନନ୍ଦନ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ କ୍ରୀକେଟ କଂଟ୍ରୋଲ ବୋର୍ଡ(ବି.ସି.ସି.ଆଇ.) ଦ୍ୱାରା ଆୟୋଜିତ ୧୯ବର୍ଷରୁ କମ ମହିଳା ଚ୍ୟାଲେଞ୍ଜର ଟ୍ରଫି କ୍ରୀକେଟ ଟୁର୍ଣ୍ଣାମେରେ ଖେଳିବା ପାଇଁ ଶୁଭ୍ରା ନିର୍ଝରିଣୀ ସ୍ୱାଇଁ ମନୋନୀତ ହୋଇଥିବାରୁ କେନ୍ଦ୍ରାପଡାର ଶୁଭ୍ରାଙ୍କ କୋଚ ସୁବାଷ ସାହୁ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗତ ୨୦୧୫ ମସିହାରୁ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ରାପଡାର “ସୁବାଷ -୧୧ ଓମେନସ କ୍ରୀକେଟ ଟିମ”ର ସଦସ୍ୟ ଭାବରେ ଶୁଭ୍ରାକୁ କୋଚ ସୁବାଷ ପ୍ରଶିକ୍ଷଣ ପ୍ରଦାନ କରୁଥିଲେ । ସେହି ସମୟରେ ଶୁଭ୍ରା “ସୁବାଷ -୧୧ ଓମେନସ କ୍ରୀକେଟ ଟିମ” ପକ୍ଷରୁ ୧୪ବର୍ଷରୁ କମ ଦଳରେ କେନ୍ଦ୍ରାପଡାର ମଦନପୁର, ବଡପଲ୍ଲୀ, ଶ୍ରୀରାମପୁର, ଦାଣ୍ଡିସାହି, ଯାଜପୁର, ଜଗତସିଂହପୁର, ସୁକିନ୍ଦା, ଯୋଡା, ବଡବିଲ, ଭୂବନ ଓ ଢେଙ୍କାନାଳ ପ୍ରଭୃତି ସ୍ଥାନରେ ଖେଳି ଅନେକ ପୁରସ୍କାର ପାଇଛନ୍ତି । ସେହିଭଳି ଆଳିର ବଡମଙ୍ଗ ଗ୍ରାମର ଲକ୍ଷ୍ମୀପ୍ରୀୟା ମହାପାତ୍ର ମଧ୍ୟ ସୁବାଷଙ୍କ ପାଖରେ ପ୍ରଶିକ୍ଷଣ ନେଇ ଗୁଣ୍ଠୁରରେ ୧୯ବର୍ଷ ବର୍ଗରେ ୨୦୧୬-୧୭ମସିହାରେ ଖେଳି ଉଚ୍ଚ ପ୍ରଦର୍ଶନ କରିଛନ୍ତି । ଶୁଭ୍ରାଙ୍କୁ କେନ୍ଦ୍ରାପଡା ବାଲାବାବା କ୍ରୀକେଟ କ୍ଲବର କୋଚ ଓ ମ୍ୟାନେଜର ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତିି । ଆସନ୍ତା ନଭେମ୍ବର ୨ରୁ ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦିନିକିଆ ଟୁର୍ଣ୍ଣାମେଂଟରେ ଖେଳିବା ପାଇଁ ଓଡିଶାରୁ ଶୁଭ୍ରାଙ୍କୁ ମନୋନ୍ୱିତ କରାଯାଇଛି । ନିକଟରେ ଖେଳାଯାଇଥିବା ବି.ସି.ସି.ଆଇ. ଆନ୍ତଃ ରାଜ୍ୟ ଦିନିକିଆ ଟୁର୍ଣ୍ଣାମେଂଟରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରା ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବି.ସି.ସି.ଆଇ. ଚ୍ୟାଲେଞ୍ଜର ଟ୍ରଫି ଖେଳିବାର ସୁଯୋଗ ଦେଇଛି । ଚଳିତମାସ ୨୫ତାରିଖରେ ଚ୍ୟାଲେଞ୍ଜର ଟ୍ରଫିରେ ଶୁଭ୍ରା ନିଜ ଦଳ ସହ ଯୋଗଦେବେ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.