Saturday , August 20 2022
Breaking News
Home / ବିଶେଷ / ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ ଏହାର ଆଖ ପାଖ ଅଂଚଳରେ ଆତଙ୍କର ବାତାବରଣ ଖେଳିଯାଇଥିବାବେଳେ ଏଠାକାର ସାଧାରଣ ଜନତା ଭୟାତୁର ଅବସ୍ଥାରେ ଅଛନ୍ତି । ସୂଚନାଯୋଗ୍ୟ କି ଆଜି ସକାଳୁ ଏକ ବଣୁଆ ହାତୀ ନିଶ୍ଚିନ୍ତକୋଇଲି ପଟରୁ ଲୁଣା , ଚିତ୍ରୋପôଳା ଓ ମହାନଦୀ ପାର ହୋଇ କଟକ ପାରାଦ୍ୱୀପ ରାସ୍ତା କଡ଼ରେ ଥିବା କୁର୍ତାଙ୍ଗ କଲେଜ ପଟରେ ପସିଥିଲା । ଏହି ହାତିଟିକୁ ଦେଖିବା ପରେ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଖବର ପାଇ କଟକ ବନଖଣ୍ଡ ଡ଼ିଏଫଓ ସଂଜୟ କୁମାର ସ୍ୱାଇଁ ଙ୍କ ସମେତ ଶତାଧିକ ବନ କର୍ମଚାରୀ ପହଂଚି ହାତିଟିକୁ ଜଗି ରହିଥିବାବେଳେ ହାତିର ଚତୁପାଶ୍ୱର୍ ରାସ୍ତାରେ ହାତି ଦେଖିବା ପାଇଁ ହଜାର ହଜାର ଲୋକ ରୁଣ୍ଡ ହୋଇଛନ୍ତି । ତେବେ ହାତି ଟି ସନ୍ଧ୍ୟା ହେବା ପର୍ଯ୍ୟନ୍ତ ଗହୀର ମଝିରେ ଧାନ ବିଲରେ ବୁଲୁଥିବାରୁ ଅଂଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏ ବିଷୟରେ ଜଗତସିଂହପୁର ବନାଂଚଳ ଫରେଷ୍ଟ ରେଂଜର ବଳରାମ ସାହୁ କହିଛନ୍ତି କି ଶହେ ରୁ ଅଧିକ ବିଭାଗୀୟ କର୍ମଚାରୀ ହାତିର ଗତିବିଧିକୁ ଜବି ରହିଛୁ । ହାତିଟି ଚଣ୍ଡିଖୋଲ ମହାବିନାୟକ ନିକଟରୁ ଛତିଆ ବାଟ ଦେଇ ନିଶ୍ଚିନ୍ତକୋଇଲି ପଟରୁ ଏଠାକୁ ଚାଲିଆସିଛି । ତେବେ ଅବସ୍ଥା ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.