Monday , November 29 2021
Breaking News
Home / ବିଶେଷ / ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

ପ୍ରଧାନ ଶିକ୍ଷକଙ୍କୁ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର -ସାହାସପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବୁଧବାର  କଂସାର – ସାହାସପୁର ଉଚ୍ଚ ବିଦ୍ୟାଳୟର ଗ୍ରାମ୍ୟ ଶିକ୍ଷା କମିଟିର ଏକ ବୈଠକ ଥିଲା । ବୈଠକ ଆରମ୍ଭ ହେବାରେ ଗୋଟିଏ ଗୋଷ୍ଠି ପକ୍ଷରୁ ଅଭିଯୋଗ ହୋଇଥିଲା ଯେ ସମସ୍ତ ଅଭିଭାବକମାନଙ୍କୁ ଠିକ ଭାବରେ ନୋଟିସ ପ୍ରଦାନ କରାଯାଇନଥିବାରୁ ଆଜିର ବୈଠକକୁ ବାତିଲ କରାଯାଇ ଅନ୍ୟ ଏକ ଦିନକୁ ବୈଠକ ଡକାଯାଉ । କିନ୍ତୁ ଅନ୍ୟ ଏକ ଗୋଷ୍ଠି ଦାବି କରିଥିଲେ ଯେ ଆଜି ବୈଠକ ନକରି ଯାଇପାରିବ ନାହିଁ । ଏହି ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଜୋର ଜବରଦସ୍ତ ଟାଣି ନେଇ କେତେକ ବିଧା ଚାପୁଡା ମାରି ଏକ ଶ୍ରେଣୀ ଗୃହରେ ପୁରାଇ ଦେଇଥିଲେ । ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚିି ଆହତ ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲା । ତେବେ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସରକାରୀ ଭାଵେ ଚାଞ୍ଚପଡା ଆଦର୍ଶ ଗ୍ରାମ ଘୋଷିତ

କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ …

Leave a Reply

Your email address will not be published. Required fields are marked *