Saturday , August 20 2022
Breaking News
Home / ବିଶେଷ / ଗୃହ ନିର୍ମାଣ ପାଇଁ ପଦ୍ମଚରଣଙ୍କୁ ସହଯୋଗର ହାତ ବଢାଇଲା ବ୍ଲକ ପ୍ରଶାସନ

ଗୃହ ନିର୍ମାଣ ପାଇଁ ପଦ୍ମଚରଣଙ୍କୁ ସହଯୋଗର ହାତ ବଢାଇଲା ବ୍ଲକ ପ୍ରଶାସନ

କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)-ଗତ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ବଣହରା ଗ୍ରାମର ପଦ୍ମଚରଣ ରାଉତଙ୍କୁ ସହଯୋଗର ହାତ ବଢାଇଛି କେନ୍ଦ୍ରାପଡ଼ା ବ୍ଲକ ପ୍ରଶାସନ । ଏବେ ଆବାସ ଯୋଜନା ମଞ୍ଜୁର ହେଉ ନ ଥିବାରୁ ପଦ୍ମଚରଣଙ୍କୁ ଘର କରିବା ପାଇଁ ବିଡିଓ ଅଶ୍ୱିନୀ କୁମାର ଦାସ ଓ ଅନ୍ୟ କର୍ମଚାରୀମାନେ ନିଜ ଉପାର୍ଜନରୁ ଅର୍ଥ ସଂଗ୍ରହ କରି ପଦ୍ମଚରଣଙ୍କ ଗୃହ ନିର୍ମାଣ ନିମେନ୍ତ ଆବଶ୍ୟକ ଅର୍ଥ ପ୍ରଦାନ କରିଛନ୍ତି । ଏହି ଅବସରରେ ବିଡିଓ ଶ୍ରୀ ଦାସ କହିଥିଲେ ଯେ ଗତ ଲଗାଣ ବର୍ଷାରେ ପଦ୍ମଚରଣଙ୍କ ଘରଟି ଭାଙ୍ଗି ମାଟିରେ ମିଶି ଯାଇଥିଲା । ପଦ୍ମଚରଣଙ୍କ ଦୁଇ ଝିଅକୁ ନେଇ ସ୍ଥାନୀୟ ସ୍କୁଲ ଘରେ ଆଶ୍ରୟ ନେଇଥିଲେ । ଏପର୍ଯ୍ୟନ୍ତ ଘର ଖଣ୍ଡେ କରିବା ପାଇଁ ସେ ସମର୍ଥ ହୋଇ ନଥିଲେ । ଏ ନେଇ ସେ ବ୍ଲକ ପ୍ରଶାସନ ନିକଟରେ ନିବେଦନ କରିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଥିଲା ଯେ ସେ ଜଣେ ଯୋଗ୍ୟ ହିତାଧିକାରୀ ବୋଲି । ହେଲେ ଗ୍ରାମୀଣ ଆବାସ ଯୋଜନା ଏବେ ମଞ୍ଜୁର କରିବା ସମ୍ଭବ ହେଉ ନଥିବାରୁ ପ୍ରଶାସନ ପକ୍ଷରୁ ଅର୍ଥ ଆଦାୟ କରାଯାଇ ପଦ୍ମଚରଣଙ୍କର ଏକ ଆଜବେଷ୍ଟସ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ରୀ ଦାସଙ୍କ ସହିତ ଏବିଡିଓ ଅନିରୁଦ୍ଧ ବେହେରା, ଭାଗବତପୁର ସରପଂଚ ଧରଣୀଧର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏବେ ପଦ୍ମଚରଣ ଆଜବେଷ୍ଟସ ଗୃହ ନିର୍ମାଣ କରି ରହିବେ । ଯେତେବେଳେ ଆବାସ ଯୋଜନାରେ ଅର୍ଥ ମଞ୍ଜୁର ହେବ ସେତେବେଳେ ସେ ଆଜବେଷ୍ଟସ ଉଠାଇ ଛାତ ପକାଇ ସୁରକ୍ଷିତ ଭାବେ ରହିପାରିବେ ବୋଲି ବିଡିଓ ଶ୍ରୀ ଦାସ କହିଛନ୍ତି । ତାଙ୍କର ସୁରକ୍ଷିତ ଜୀବନଯାପନ ପାଇଁ ବ୍ଲକ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ବୋଲି ବିଡିଓ ଶ୍ରୀ ଦାସ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.