କେନ୍ଦ୍ରାପଡ଼ା, ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ନିକଟରେ କଟକରୁ ବଦଳି ହୋଇ କେନ୍ଦ୍ରାପଡାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅଧିଷ୍ଠିତ ହୋଇଥିବା ହେମନ୍ତ କୁମାର ନାୟକଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦେଶକ ପଦବୀକୁ ପଦୋନ୍ନତି ଦିଆଯାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଜ୍ଞପ୍ତି ଅନୁଯାଇ ଶ୍ରୀ ନାୟକଙ୍କୁ ପଦୋନ୍ନତି ଦିଆଯାଇ କେନ୍ଦ୍ରାପଡା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି । ବୁଧବାର ଶ୍ରୀ ନାୟକ ଉପନିର୍ଦେଶକ ଭାବେ ଯୋଗଦାନ କରିଛନ୍ତି । ଶ୍ରୀ ନାୟକ ୨୭ବର୍ଷରୁ ଉଦ୍ଧ୍ୱର୍ ସମୟ ଓଡିଶା ସୂଚନା ସେବାରେ ରାଜ୍ୟ ସଦର ମହକୁମା ସହିତ କଟକ, ମୟୁରଭଞ୍ଜ, ବୈାଦ, ଢେଙ୍କାନାଳ, ସମ୍ବଲପୁର, ଜୟଦେବ ଭବନ, ଶିଳ୍ପ ନିର୍ଦେଶାଳୟର ପ୍ରଚାର ଅଧିକାରୀ, କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କ ଲୋକ ସମ୍ପର୍କ ଅଧିକାରୀ, ପ୍ରଦର୍ଶନୀ ଅଧିକାରୀ ପ୍ରଭୃତି ପଦବୀ ଗୁଡିକରେ କାର୍ଯ୍ୟ କରିଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ଅଧିକାରୀ ଭାବେ ଶ୍ରୀ ନାୟକ ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ସହିତ ବିଭିନ୍ନ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଓଡ଼ିଶା ସମାଚାର