Friday , June 9 2023
Breaking News
Home / ଶିକ୍ଷା / କିଶନନଗର କଲେଜରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

କିଶନନଗର କଲେଜରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ

କଟକ ସଦର , ୨୮/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ଦୁଇ ବର୍ଷ ହେଲା କରୋନା ସଂକ୍ରମଣ ଦୃଷ୍ଟିରୁ କଲେଜରେ ଶ୍ରେଣୀ ପାଠ ପଢାରେ ଡୋରି ବନ୍ଧା ହୋଇଥିଲା।ଏଵେ କଲେଜ ସଵୁ ଖୋଲିଥିବା ବେଳେ କିଶନନଗର କଲେଜରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିଵା ଅଭିଯୋଗ ହେଉଛି। ଏଠାରେ ୭ ମାସ ହେଲା ଅଧ୍ୟକ୍ଷ ଦାୟିତ୍ଵ ବହନ କରିଥିଵା ଶିକ୍ଷା ବିଭାଗର ୧୫ ଵର୍ଷର ଅଧ୍ୟାପକ ପ୍ରଭାକର ସାହୁ ଆଜି ପର୍ଯ୍ୟନ୍ତ ୭ ଟି ଶ୍ରେଣୀ ମଧ୍ୟ ନେଇନଥିଵା ଅଭିଯୋଗ ଶୁଣିବାକୁ ମିଳୁଛି।  ଅଧ୍ୟକ୍ଷମାନେ ଶ୍ରେଣୀ ପାଠ ପଢାଇଵାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ବଳବତ୍ତର ଥିବା ବେଳେ ଅଧ୍ୟକ୍ଷ ଏହାକୁ ଫୁ କରି କେଵଳ ଏସି ରୁମ୍ ରେ ଵସିରହିଵାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ସେଥିରେ ଅଧ୍ୟକ୍ଷ ଙ୍କ ମନୋମୁଖୀ କାର୍ଯ୍ୟ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ସୁଧାରିଵା ପାଇଁ ସ୍ଥାନୀୟ ବିଧାୟକ ଚନ୍ଦ୍ର ସାରଥି ଵେହେରା, ପରିଚାଳନା କମିଟି ସଭାପତି କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ଵେଉରା ଓ ଶିକ୍ଷା ବିଭାଗର ଉଚ୍ଚ କତୃପକ୍ଷ ଙ୍କ ନିକଟରେ ସାଧାରଣ ରେ ଦାଵି ହେଉଛି। ଓଡ଼ିଶା ସମାଚାର

Leave a Reply

Your email address will not be published.