ନିଶ୍ଚିନ୍ତକୋଇଲି, ୨୭/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ କଟିକଟା ପଞ୍ଚାୟତ ରାମରାଙ୍ଗ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ଅପରାହ୍ନ ୩.୩୦ ସମୟରେ ଭାଗବତ ବେହେରା ନାମକ ଜଣେ ବୃଦ୍ଧ ନିଜ ବଗିଚାରେ ଘାସ ବାଛୁଥିବା ସମୟରେ ଅଚାନକ ଗୋଟେ ଦନ୍ତା ହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା । ସେ ଦୌଡିବାକୁ ଉଦ୍ୟମ କରୁଥିବା ବେଳେ ପଡିଯିବାରୁ ହାତୀବୃଦ୍ଧ ଙ୍କୁ ଦଳି ମାରିଦେଇ ଥିଲା । ଏହି ହାତୀ ଗତ ସପ୍ତାହ ରେ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ତାଣ୍ଡବ ରଚିଥିଲା । ବନ ବିଭାଗ ଘଉଡ଼ାଇ ଥିଲା । ମାତ୍ର ହାତୀ ପୁନର୍ବାର ଫେରି ଆସି ଏଠାରେ ମୃତ୍ୟୁ ର ତାଣ୍ଡବ ରଚିଛି । ହାତୀ ଏବେ ନିକଟସ୍ଥ ଲୁଣା ନଦୀ ମଧ୍ୟରେ ରହିଥିବା ଜଣାପଡିଛି । ବନବିଭାଗ, ପୋଲିସ, ଅଗ୍ନିଶମ ବିଭାଗ ସେଠାରେ ଉପସ୍ଥିତ ଅଛନ୍ତି । ଓଡ଼ିଶା ସମାଚାର