Tuesday , May 30 2023
Breaking News
Home / ବିଶେଷ / ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ  କଳାପରିଷଦକୁ ବାଦ୍ୟ ଯନ୍ତ୍ରପାତି ସହାୟତା 

ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ  କଳାପରିଷଦକୁ ବାଦ୍ୟ ଯନ୍ତ୍ରପାତି ସହାୟତା 

ଗରଦପୁର, ୨୭/୧୦/୨୦୨୧(ଓଡ଼ିଶା ସମାଚାର)-ଗୁଂଜ ଓ ଶାନ୍ତି ମୈତ୍ରୀ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଟକୁରା ପଂଚାୟତ ର ସମସରା ଗ୍ରାମରେ ଶାନ୍ତି ମୈତ୍ରୀ ଗୁଜ କଳାପରିଷଦକୁ କଳାକାର ବାଦ୍ୟ ଯନ୍ତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ସମସର ଗ୍ରାମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶାନ୍ତି ମୈତ୍ରୀ ସ୍ୱେଛାସେବୀ ଅନୁଷ୍ଠାନ ର ପରିଚାଳନା ନିର୍ଦ୍ଧେଶକ ଭଗବାନ ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କରୋନା ସମୟରେ କଳାକାର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗୁଂଜ ସ୍ୱେଛାସେବୀ ଅନୁଷ୍ଠାନର ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟର ପ୍ରମୁଖ  ସୁରେଶ ଜୀ  ସମ୍ମାନୀତ ଅତିଥି ଭାବ ଯୋଗଦେଇ ଜୀବିକା ପାଇଁ ସଂଘର୍ଷ କରୁଥିବା କଳାକାର ମାନଙ୍କୁ ସ୍ୱେଛାସେବୀ ଅନୁଷ୍ଠନର ଜୀବିକା ପାଇଁ ସହାୟତା ଯୋଜନାରେ  କଳାପରିଷଦକୁ ବାଦ୍ୟ ଯନ୍ତ୍ର ଯୋଗାଇ ଦିଆଯାଇଛି ବୋଲି କହିଥିଲେ ।  କଳାକାର ପରିଷଦ ପକ୍ଷରୁ ଅଲିଭା ରାଉତ କରୋନା କଟକଣା ଯୋଗୁ କଳାକାର ମାନଙ୍କର ଜୀବନ ଜିବୀକା ଦୁର୍ବିସହ ଯୋଇପଡ଼ିଥିବା ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶାନ୍ତି ମୈତ୍ରୀ ସ୍ୱେଛାସେବୀ ଅନୁଷ୍ଠାନର ସମ୍ପାଦିକା ମଂଜୁଲତା ଜେନା , ମଂଟୁ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ କଳାକାର ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ  ଏହି ଅବସରରେ ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ମଲିକ୍  କଳାପରିଷଦକୁ ବାଦ୍ୟଯନ୍ତ୍ର ପାତି ପ୍ରଦାନ କରିଥିଲେ । ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ବାଦ୍ୟ ଯନ୍ତ୍ର ଦ୍ୱାରା କଳାକାରମାନେ କାର୍ଯ୍ୟକ୍ରମରେ ଭକ୍ତି ସଂଗୀତ ଗାନ କରିଥିଲେ । ଦୁର୍ଦ୍ଧିନରେ ଥିବା କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ମଲିକ୍ ଙ୍କ ସମେତ ଉପସ୍ଥିତ କେତେକ ଶ୍ରୋତା ମଣ୍ଡଳୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ କଳାକାର ଲିଙ୍କୁ ଜେନା, ପୂଜାରିଣୀ ପରିଡ଼ା, ଲୁଲୁ କୁମାର , ଅଶୋକ କୁମାର ଜେନା, ସରୋଜକାନ୍ତ ଜେନା,ପ୍ରତିମା ମଂଜାରୀ ରାଉତ ପ୍ରମୁଖ ୧୭ ରୁ ଉଦ୍ଧ୍ୱର୍ କଳାକାରମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ଚିତାକର୍ଷକ ହୋଇଥିଲା ।  ଓଡ଼ିଶା ସମାଚାର

Leave a Reply

Your email address will not be published.