Monday , December 6 2021
Breaking News
Home / ବିଶେଷ / ସାଲେପୁର ଦେଶୀ ମଦଭାଟି ରେ ଦୁଇ ମଦ୍ୟପ ଙ୍କ ମଧ୍ୟରେ  ଝଗଡାରୁ ହଣାକଟା : ଜଣେଗୁରୁତର

ସାଲେପୁର ଦେଶୀ ମଦଭାଟି ରେ ଦୁଇ ମଦ୍ୟପ ଙ୍କ ମଧ୍ୟରେ  ଝଗଡାରୁ ହଣାକଟା : ଜଣେଗୁରୁତର

 ସାଲେପୁର,୨୭/୧୦/୨୦୨୧(ଓଡିଶା ସମାଚାର /ଅଭୟଜେନା )- ସାଲେପୁର ସହରାଞ୍ଚଳ ମଦୁଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଦିନକୁ ଦିନ ମଦ୍ୟପ ମାନଙ୍କ ର ଦୌରାତ୍ମ୍ୟ ମଧ୍ୟ ବଢ଼ି ଚାଲିଛି ।  ସାଲେପୁର ଥାନା ଛକ ଠାରୁ ଅଳ୍ପ ଦୂରରେଥିବା ଏକ  ଦେଶୀ ମଦ ଭାଟିରେ ଦୁଇ ମଦ୍ୟପ  ଯୁବକ ମଦପିଇ ଉଭୟଙ୍କ ମଧ୍ୟରେ କଳିଝଗଡା କରି ଥିଲେ । ଉତକ୍ଷିପ୍ତହୋଇ ଜଣେ  ଯୁବକ ଅନ୍ୟ ଜଣକୁ   କଟୁରି ରେ ଆକ୍ରମଣ କରିଥିଲା । ଏଥିରେ ଆହତ  ଯୁବକ କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ  ପରେ  ଅବସ୍ଥା  ଗୁରୁତର ହେବାରୁ  ଅଧିକ ଚିକିତ୍ସା ପାଇଁ ତାକୁ  କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର  କରାଯାଇଛି ।  ଆକ୍ରମଣ ର ଶିକାର  ଯୁବକ ନିକଟସ୍ଥ ଅଞ୍ଚଳ ର ବୋଲି ଜଣାପଡିଛି । ସାଲେପୁର ଅଞ୍ଚଳ ରେ ମଦ୍ୟପ ଙ୍କ ଦୌରାତ୍ମ୍ୟ ଓ ଖୁଲମ ଖୁଲା ଚୋରା ମଦ କାରବାର ସାଙ୍ଗକୁ ଅବକାରୀ ବିଭାଗ ଓ ପୋଲିସ ର ନିଷ୍କ୍ରିୟତା  ଯୋଗୁ ସାଲେପୁର ସହରାଞ୍ଚଳ ଓ ନିକଟସ୍ଥ ଗ୍ରାମାଞ୍ଚଳ ରେ ମଧ୍ୟ ଅସାମାଜିକ କାର୍ୟ୍ୟକଳାପ ଓ ଦୌରାତ୍ମ୍ୟ  ବଢ଼ି ଚାଲିଥିବା ସାଧାରଣ ରେ ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କାରବାକୁ ଦାବି ହେଉଛି । ଓଡ଼ିଶା ସମାଚାର

 

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *