Friday , September 22 2023
Breaking News
Home / ବିଶେଷ / ମାହାଙ୍ଗା ଡ୍ରାଇଭର ସଂଘ ତରଫରୁ ଦୀପ ଦାନ ଶୋଭାଯାତ୍ରା

ମାହାଙ୍ଗା ଡ୍ରାଇଭର ସଂଘ ତରଫରୁ ଦୀପ ଦାନ ଶୋଭାଯାତ୍ରା

ମାହାଙ୍ଗା, ୨୭/୧୦/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ମାହାଙ୍ଗା ବ୍ଲକର ମାହାଙ୍ଗା ଡ୍ରାଇଭର ସଂଘତ ରଫରୁ ଦୀପଦାନ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କୁଆଁପାଳ ପଶୁଲୁଣ୍ଡା ସଂଘ ଅଫିସ ଠାରୁ ବଣୁଆ ମହାପୁରୁଷଙ୍କ ପର୍ୟ୍ୟନ୍ତ ଡ୍ରାଇଭରସଂଘ ର ସଦସ୍ୟ ମାନେ ଦୀପଜାଳି ଶୋଭାଯାତ୍ରା କରିଥିଲେ । ଓଡିଶା ମହାସଂଘର ସଭାପତି ଅଜୁବାବୁ ତାଙ୍କ ସାଥିରେ ଅନ୍ୟଭାଇମାନେ ସମ୍ବଲପୁର ସମଲେଇଙ୍କ ନିକଟରୁ ପୂଜାର୍ଚ୍ଚନା କରି ନବୀନ ନିବାସ ପର୍ୟ୍ୟନ୍ତ ଦଶଦଫା ଦାବି ନେଇ ଓଡିଶା ଡ୍ରାଇଭର ଭାଇ ମାନଙ୍କ ସମସ୍ୟା ଉପରେ ଅବଗତ କରିବା ପାଇଁ ରାଲି ରେ ବାହାରିଛନ୍ତି । ତେଣୁ ମାହାଙ୍ଗା ସଂଘ ଡ୍ରାଇଭର ମାନେ ଅଜୁବାବୁଙ୍କ ନେତୃତ୍ୱରେ ଡ୍ରାଇଭର ସମାଜକୁ ନ୍ୟାୟପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦୟ ହୁଅନ୍ତୁ ବୋଲି ବଣୁଆ ମହାପୁରୁଷ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୋଭାଯାତ୍ରା ରେ ଆସି ପ୍ରାର୍ଥନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *