ଗରଦପୁର, ୨୭/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ମଧୁ ଶାସନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମିତିର ସଭାପତି ତଥା ଜିଲଶ ପରିଷଦ ସଦସ୍ୟ ସନ୍ତାଷ ଜେନା ସଭାପତିତ୍ୱ କରିଥିଲେ । ଆୟୋଜିତ ବୈଠକରେ ପାଟକୁରା ଉନ୍ନୀତ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ନୀରଂଜନ କର , ମଧୁ ଶାସନ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର କାଶିନାଥ ଦାସ, ଡ଼ାକ୍ତର ପ୍ରଜ୍ଞାଶ୍ରୀ ସାହୁ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଷ୍ଟାବିଲାଇଜର,ୱେଟ ମେସିନ୍,ସିସି କ୍ୟାମେରା, ଆକ୍ୱା ଗାର୍ଡ଼, ୱାଟର ଫିଲଟର ଆଦି କିଣିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗ୍ରାମ ଗୁଡ଼ିକରେ ଗାଁ କଲ୍ୟାଣ ସମିତି ଦ୍ୱାରା ସ୍ୱଛତାକୁ ଗୁରୁତ୍ୱ ଦେବା ଉପରେ ଆଷଳାଚନା ହୋଇଥିଲା । ସ୍ୱାସ୍ଥ୍ୟ କେନ୍ଦ୍ରର ପରିସ୍କାର , ପରିଛନତା , ବନୀ କରଣ , ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଏବଂ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ସମସ୍ତଙ୍କୁ ସାମିଲ କରିବାକୁ ସଭାପତି ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଦୀପକ ବଳ , ରେଣୁବାଳା ନାୟକ, ନୀରୋଜ ନଳିନୀ ଦାସ, ରାଜ ନାରାୟଣ ମହାନ୍ତି ପ୍ରମୁଖ ସମିତି ର ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର