Monday , December 6 2021
Breaking News
Home / ବିଶେଷ / ମଣିଯୋରୀ ଶହୀଦ ଭବନରେ ରାଜ୍ୟସ୍ତରୀୟ ଗଣକବି ଜୟନ୍ତୀସମାରୋହ ଉଦଯାପିତ

ମଣିଯୋରୀ ଶହୀଦ ଭବନରେ ରାଜ୍ୟସ୍ତରୀୟ ଗଣକବି ଜୟନ୍ତୀସମାରୋହ ଉଦଯାପିତ

ମାହାଙ୍ଗା ୨୭/୧୦/୨୦୨୧(ଓଡ଼ିଶା ସମାଚାର)- (ଓଡିଶା ସମାଚାର /ଅଭୟ ଜେନା ) -ଉତ୍କଳ ଗଣକବି ବୈଷ୍ଣବ ପାଣି ସ୍ମୁତି ସଂସଦ ଅନୁକୁଲ୍ୟରେ ମଣିଯୋରୀ ଶହୀଦ ଭବନ ପ୍ରାଙ୍ଗଣରେ ଆୟୋଜିତ ରାଜ୍ୟସ୍ତରୀୟ ପାଣି ଜୟନ୍ତୀ ସମାରୋହ ମଙ୍ଗଳବାର ସନ୍ଧ୍ୟାରେ ମାହାଙ୍ଗା ବ୍ଲକ ଉଦଯାପିତ ହୋଇଯାଇଛି । ପ୍ରାକ୍ତନ ମନ୍ତ୍ରୀ ମତୁଲୁବ ଅଲ୍ଲୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ସାରସ୍ୱତ ସଂଗଠନ ପକ୍ଷରୁ ଆୟୋଜିତ ଜୟନ୍ତୀ ସଭାକୁ ମନ୍ତ୍ରୀ ପ୍ରତାପ ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନା କହିଲେ ସୃଜନର ପବିତ୍ର ଭୂମି ମାହାଙ୍ଗାର ବରପୁତ୍ର ବୈଷ୍ଣବ ପାଣିଙ୍କ ପ୍ରତିଟି ନାଟକ ଓଡ଼ିଆ ବାଣୀ ଭଣ୍ଡାର ପାଇଁ କାଳଜୟୀ କୃତୀ । ଗଣକବିଙ୍କ ସାହିତ୍ୟର ଛତ୍ରେ ଛତ୍ରେ ମାନବିକତାର ଜୟଗାନ ପ୍ରତିଫଳିତ ହୋଇଥିବାରୁ, ଯୁବ ପୀଢ଼ି ଏହି ପ୍ରଥିତଯଶା କବିଙ୍କ ଭାବଧାରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ମୁଖ୍ୟ ଅତିଥିଭାବେ ସାହିତ୍ୟିକ ଡକ୍ଟର ହୁସେନ ରବି ଗାନ୍ଧୀ, ଓଡ଼ିଆ ଭାଷା ଉପଦେଷ୍ଟା ପରିଷଦ ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, ସାହିତ୍ୟିକ ଡକ୍ଟର ଅଶୋକ କୁମାର ରାଉତ, ବ୍ଲକ ଚେୟାରମ୍ୟାନ ଶରତ ନାୟକ, ସାମ୍ବାଦିକ ଅଖିଳେଶ ମହାନ୍ତି ପ୍ରମୁଖ ଯୋଗଦେଇ ଗଣକବିଙ୍କ ସାହିତ୍ୟ ଗଣ ହୃଦୟକୁ ଛୁଇଁ ପାରିଛି ବୋଲି କହିଥିଲେ । ଶିକ୍ଷାବିତ ଉମେଶ ଚନ୍ଦ୍ର ସାହୁ ସଭା ପରିଚାଳନା କରିଥିଲେ । ସୁକାନ୍ତ ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଆଡ଼ଭୋକେଟ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କ୍ଷୀରୋଦ ସାହୁ, ଆଗାମୀ ଶତାବ୍ଦୀ ର ସଂପାଦକ ମାସୁଦ ଅଲ୍ଲୀ, ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *