Tuesday , August 9 2022
Breaking News
Home / ବିଶେଷ / ବହୁମୁଖୀ ପ୍ରତିଭା କର୍ମବୀର ନାରାୟଣ ଚନ୍ଦ୍ର ମହାନ୍ତି ସମ୍ବର୍ଦ୍ଧିତ

ବହୁମୁଖୀ ପ୍ରତିଭା କର୍ମବୀର ନାରାୟଣ ଚନ୍ଦ୍ର ମହାନ୍ତି ସମ୍ବର୍ଦ୍ଧିତ

କଟକ.୨୭/୧୦/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ୪୨ ମୌଜାର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ବିକାଶ ପ୍ରତିଷ୍ଠାନ ତରଫରୁ ଶାରଦୀୟ ବନ୍ଧୁ ମିଳନ ସଭା ପଟଣା ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଇଯାଇଛି । ସଭାପତି ଇଂ.ଅଶୋକ କୁମାର ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସରୋଜ ନଳିନୀ ପରିଜା, ସାଂସ୍କୃତିକ ସଂଯୋଜକ ରୁଦ୍ର ନାରାୟଣ ଦାସ୍, ବରିଷ୍ଟ ସଭ୍ୟ ବିନୋଦ ବେହେରା ,ପ୍ରଭାତ କୁମାର ଖଟୁଆ, କାର୍ତ୍ତିକ ଚନ୍ଦ୍ର ଦାସ,ହରିବନ୍ଧୁ ଆଚାର୍ଯ୍ୟ, ୪୨ମୌଜା ଯାଦବ ମହାସଭାର ସଭାପତି ବୁଲେଇ ବେହେରା, ନଟବର ବେହେରା, ମାଧବ ଚନ୍ଦ୍ର ପରିଡା, ଉପେନ୍ଦ୍ର ବାରିକ୍, ଶୁଭେନ୍ଦୁ ଦାସ ମହାପାତ୍ର, ଶ୍ରାବନ୍ତିକା ମହାନ୍ତି ଏବଂ ସରସ୍ୱତୀ କଳା ପରିଷଦ କନ୍ଦରପୁର ସମ୍ପାଦକ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଇଂ.ସେବକ ଶ୍ରୀକାନ୍ତ,ଅଧ୍ୟାପକ ପ୍ରଫୁଲ୍ଲ  ଦାସ,ସାମ୍ବାଦିକ ବିଭୁ ପ୍ରସାଦ ସ୍ବାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସରସ୍ୱତୀ କଳା ପରିଷଦର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ସଭାପତି ତାଙ୍କ ଅଭିଭାଷଣରେ ମନ୍ତବ୍ୟ ରଖିବା ସହ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ ଓ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.