Friday , June 9 2023
Breaking News
Home / ବିଶେଷ / ପଣ୍ଡିତ ଗୋଦବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

ପଣ୍ଡିତ ଗୋଦବରୀଶ ମିଶ୍ରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର,୨୭/୧୦/୨୦୨୧(ଓଡ଼ିଶା ସମାଚାର)-ଶ୍ରୀଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ, ଓଡ଼ିଶା ପକ୍ଷରୁ ଗୋଦବରୀଶ ମିଶ୍ରଙ୍କ ୧୩୫ ତମ ଜୟନ୍ତୀ ପୁରୁଣା ଭୁବନେଶ୍ୱର ସ୍ଥିତ ଅନ୍ନପୂର୍ଣ୍ଣା ଭବନ ପରିସର ରେ ଅନୁଷ୍ଠିତ ହୋଇଯାଇଛି ।ଟ୍ରଷ୍ଟ ର ଅଧକ୍ଷ ଡ଼ଃ ଭାଗିରଥି ବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅତି ଦାରିଦ୍ରତାର ଚରମ ସୀମାରେ ଶ୍ରୀମିଶ୍ରଙ୍କ ପାଠପଢା, ବିଭିନ୍ନ ଟ୍ୟୁସନ ଓ ଘର କାମ କରି ସେ ମଣିଷ ହୋଇଥିଲେ । ରେଭେନ୍ସା ରୁ ସ୍ନାତକ ଓ କଲିକତା ବିଶ୍ଵ ବିଦ୍ୟାଳୟରୁ ଅର୍ଥରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେ ଓଡ଼ିଶା ଫେରି ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ସତ୍ୟବାଦୀ ବିଶ୍ଵ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ୟ୍ୟ କରି ଶିକ୍ଷାର ପ୍ରଚାର ପ୍ରସାର କରିଥିଲେ । ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରକୁ ତାଙ୍କର ଅବଦାନ ଅବିସ୍ମରଣୀୟ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲେଖିକା ବିଜୟଲକ୍ଷ୍ମୀ ସାହୁ, ସଦସ୍ୟ ଭବାନୀ ପ୍ରସାଦ ବଳିୟାର ସିଂ ଓ ସମ୍ପାଦକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.