କଟକ ସଦର , ୨୭/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ନିଖିଳ ଉତ୍କଳ ପାଟରା ସମିତି,ପାଟଵୈଶ୍ୟ ମହାସଭା ଦ୍ୱ।ରା ଅନୁବନ୍ଧିତ ଵାଲୁଵିଶି ଚକଲାର ସଭାପତି ଶିକ୍ଷାବିତ ଦୀନବନ୍ଧୁ ସାହୁଙ୍କ ସଭାପତିତ୍ବରେ ଆଜି ବୁଧବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଲାରି କାକୁଡିଆପଡା ଲକ୍ଷ୍ମୀ ମଣ୍ଡପରେ ଏକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାସଭାର ମୁନିଵ ପ୍ରିୟବ୍ରତ ବେହେରା, ବରିଷ୍ଠ ଉପସଭାପତି ସାମ୍ବାଦିକ ଵିଷ୍ଣୁ ଚରଣ ବେହେରା, ସାଧାରଣ ସମ୍ପାଦକ ସଂଜୟ ପାତ୍ର,ସଂପାଦକ କୈଳାଶ ଷେଣ ପ୍ରମୁଖ ଯୋଗ ଦେଇ ଆସନ୍ତା ଡ଼ିସେମ୍ବର ରେ ପୁରୀଠାରେ ଅନୁଷ୍ଠିତ ହେବାକୁ ଥିବା ମହାଅଧିଵେଶନକୁ ସଫଳ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ସଭା ଆରମ୍ଭରେ ଦିଵଂଗତ ଗୋସେଇଁ ମାନଙ୍କ ଆତ୍ମ।ର ସଦଗତି ପାଇଁ ନିରଵ ପ୍ରାର୍ଥନା କରାଯାଇଥିଲା। ସାଧାରଣ ସଂପାଦକ ଆଲୋକ ଚନ୍ଦ୍ର ସାହୁ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଏଥିରେ ୧୭ ଗୋଟି ଥାନର ପାରମ୍ପରିକ ପଦାଧିକାରୀ ଙ୍କ ସମେତ ଗୋସେଇଁ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଭା ପରିଚାଳନା ରେ କୋଷାଧ୍ୟକ୍ଷ ଗୋପାଳ ସାହୁ,ଵେତାର ଓ ଦୂରଦର୍ଶନର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ତ୍ରିଲୋଚନ ପାତ୍ର, ସର୍ବେଶ୍ଵର ନାୟକ, ଚନ୍ଦ୍ର ମଣି ବୈଶାଖ, ଶରତ ଚନ୍ଦ୍ର ସାହୁ, ଚନ୍ଦ୍ର ମଣୀ ସାହୁ, ଶ୍ରୀକାନ୍ତ ସେନାପତି ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର