Friday , September 29 2023
Breaking News
Home / ବିଶେଷ / ଧର୍ମପ୍ରାଣା ମହିଳାଙ୍କ ପରଲୋକ

ଧର୍ମପ୍ରାଣା ମହିଳାଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୭/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମର ପୂର୍ବତନ ସରପ ସ୍ୱର୍ଗତ ଭଗବାନ ଜେନାଙ୍କ ଧର୍ମପତ୍ନୀ ଭାବପ୍ରୀୟା ଜେନାଙ୍କର ୮୭ବର୍ଷ ବୟସରେ ଦାର୍ଦ୍ଧକ୍ୟ ଜନିତ ରୋଗରେ ମଙ୍ଗଳବାର ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ ।  ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ଦୁଇ ପୁଅ, ବୋହୁ, ଦୁଇ ଝିଅ, ଜ୍ୱାଇଁ, ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଧିରେନ୍ଦ୍ର ମୁଖାଗ୍ନି ଦେଇଥିଲେ ।  ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ସ୍ନେହୀ, ଧର୍ମ ପରାୟଣା, ପରୋପକାରୀ ଓ ମିଷ୍ଟଭାଷି ମହିଳା ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ତାଙ୍କ ବାସଭବନରେ ପହଂଚିି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *