କେନ୍ଦ୍ରାପଡ଼ା,୨୭/୧୦/୨୦୨୧(ଓଡ଼ିଶା ସମାଚାର)- କିଛିଦିନ ଧରି ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେଉଥିଲେ । କିନ୍ତୁ ଆସନ୍ତା ୧୬ତାରିଖଠାରୁ +୩ ଶ୍ରେଣୀର ଯେଉଁ ଚତୁର୍ଥ ସେମିଷ୍ଟାର ପରୀକ୍ଷା ଆରମ୍ଭ ହେବ ତାହା ପୂର୍ବଭଳି ଅଫଲାଇନରେ ହେବବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତିି ନିଆଯାଇଥିବାରୁ ଏହା ବିରୁଦ୍ଧରେ ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରତିବାଦ କରି ମହାବିଦ୍ୟାଳୟ ମୁଖ୍ୟ ଫାଟକ ପାଖରେ ମଙ୍ଗଳବାର ବିକ୍ଷୋଭ କରିଥିଲେ । ପ୍ରାୟ ଏକ ଘଂଟାକାଳ ଏହି ଆନ୍ଦୋଳନ ଚାଲିବାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ ରଞ୍ଜନ ସାହୁ ଛାତ୍ରୀ ପ୍ରତିନିଧିମାନଙ୍କୁ ତାଙ୍କ ପ୍ରକୋଷ୍ଠକୁ ଡକାଇ ଏକ ପ୍ରତିବାଦପତ୍ର ଲେଖାଇ ନେଇ ବିଶ୍ୱବିଦ୍ୟାଳୟ କର୍ତୁପକ୍ଷଙ୍କ ପାଖକୁ ଏହାର ପୁନର୍ବିଚାର କରିବାପାଇଁ ପଠାଇବାକୁ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଓଡ଼ିଶା ସମାଚାର
