Tuesday , December 7 2021
Breaking News
Home / ବିଶେଷ / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

କେନ୍ଦ୍ରାପଡ଼ା,୨୭/୧୦/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲା ସଦଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ଶପଥ ଅନୁ୍ୟାୟୀ ସମସ୍ତ କର୍ମଚାରୀ ଓ ଅଧିକାରୀଗଣ ସେମାନଙ୍କର କର୍ତବ୍ୟ ଓ କାର୍ଯ୍ୟଧାରାରେ ସାଧୁତା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅବିରତ ଉଦ୍ୟମ ଜାରି ରଖିବେ । ଦୁର୍ନୀତିର ମୂଳୋତ୍ପାଟନ ପାଇଁ ବିନା ଦ୍ୱିଧାରେ କାର୍ଯ୍ୟ କରିବେ । ସରକାରୀ ଅନୁଷ୍ଠାନର ଅଭିବୃଦ୍ଧି ଓ ସୁଖ୍ୟାତି ନିମନ୍ତେ ସର୍ବଦା ସତର୍କତା ଅବଲମ୍ବନ କରିବେ ଏବଂ ଲୋକମାନଙ୍କୁ ମୂଲ୍ୟବୋଧ ଭିତିିକ ସେବା ଯୋଗାଇଦେବେ । ବିବେକାନୁମୋଦିତ ଭାବେ କର୍ତବ୍ୟ ସମ୍ପାଦନ କରିବା ସହ ବିନା ଭୟ ଓ ବିନା ଅନୁଗ୍ରହ ପ୍ରଦର୍ଶନ ପୂର୍ବକ କାର୍ଯ୍ୟକରିବା ପାଇଁ ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହେମନ୍ତ କୁମାର ନାୟକ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଶପଥ ପାଠୋତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ଶପଥ ପାଠ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *