କେନ୍ଦ୍ରାପଡ଼ା,୨୭/୧୦/୨୦୨୧(ଓଡ଼ିଶା ସମାଚାର)-ଜନଶକ୍ତି ପାର୍ଟି ପକ୍ଷରୁ ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ପ୍ରଦୀପ ଦାଶଙ୍କ ସଭାପତିତ୍ୱରେ ସ୍ଥାନୀୟ ଗରାପୁର ଠାରେ ଜୟନ୍ତୀ ପାଳିତ ହୋଇଛି । ଅର୍ଦ୍ଧ ଶତାବ୍ଦୀର ବିନ୍ଧାଣି ଶ୍ରୀ ମିଶ୍ର ଜଣେ ଏକା ଧାରରେ ସ୍ୱାଧିନତା ସଂଗ୍ରାମୀ, ବିଶିଷ୍ଟ ସାହିତି୍ୟକ, ଶିକ୍ଷାବିତ, ନବ ଉତ୍କଳ ନିର୍ମାତା ଗୋପବନ୍ଧୁଙ୍କ ପଂଚସଖା ମଧ୍ୟରୁ ଅନ୍ୟତମ ଥିଲେ । ଷଢେଇକଳା ଗରସୁଆ ଆନ୍ଦୋଳନ ଏବଂ ଓଡିଆ ଭାଷାର ପ୍ରଚାର ପ୍ରସାର କ୍ଷେତ୍ରରେ ବିନ୍ଧାଣୀ ଥିବା ଶ୍ରୀ ଦାଶ କହିଥିଲେ । ପ୍ରଚାର କମିଟି ଅଧ୍ୟକ୍ଷ ସୂର୍ଯ୍ୟମଣି ପଣ୍ଡା, ଜିଲ୍ଲା ସଭାପତି ଶିକ୍ଷାବିତ୍ ନରୋତମ ଜେନା, ବଳଦେବ ସେନା ରାଜ୍ୟ ସମ୍ପାଦକ ଅଲେଖ ନାୟକ, ନାରାୟଣ ମଲ୍ଲିକ, ବିବେକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର