Tuesday , December 7 2021
Breaking News
Home / ବିଶେଷ / ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ ର ସଫଳ ପରୀକ୍ଷଣ

ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ ର ସଫଳ ପରୀକ୍ଷଣ

ବାଲେଶ୍ୱର, ୨୭/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆର୍ଡିଓ) ପକ୍ଷରୁ ଆଜି ସଂଧ୍ୟା ୭ଟା ୫୦ ମିନିଟ୍ରେ ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍  ର ସଫଳ ପରୀକ୍ଷା ହୋଇଛି । ଧାମରା ଠାରୁ ୧୫ କିମି ଦୂର ସମୁଦ୍ର ମଧ୍ୟସ୍ଥ ଏପିଜେ ଅବଦୁଲ କଲାମ ଦ୍ବୀପର ୪ ନମ୍ବର ଲଞ୍ଚପ୍ୟାଡ୍ରୁ ଏହାର ପରୀକ୍ଷା କରାଯାଇଛି । ଅଗ୍ନି-୫ ବାଲିଷ୍ଟିକ୍ ମିସାଇଲ୍ର ଏହା ହେଉଛି ଅଷ୍ଟମ ପରୀକ୍ଷା । ମିସାଇଲ୍ ଟି ସଂପୂର୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । କ୍ଷେପଣାସ୍ତ୍ରଟିର ଲମ୍ବ ୧୭ ମିଟର, ମୋଟେଇ ୨ ମିଟର ଓ ଓଜନ ୫୦ ଟନ୍ ରହିଥିଲା। ସେକେଣ୍ଡ ପ୍ରତି ଏହାର ବେଗ ୪.୨ କିମି । ଓଡ଼ିଶା ସମାଚାର

 

About admin

Check Also

ଚିଟଫଣ୍ଡ ଠକେଇ ମାମଲାରେ ଚୈଦ୍ୱ।ର ଜେଲରେ ୩ ମାସ ରହିଵା ପରେ ଆନ୍ଧ୍ରପ୍ରଦେଶର ପୂର୍ଵତନ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ସଦର, ୦୭/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଚିଟଫଣ୍ଡ ଠକେଇ ଏକାଧିକ ମାମଲାରେ କ୍ରାଇମବ୍ରାଞ୍ଚ ଅପରିଧିକ ଶାଖା ପକ୍ଷରୁ …

Leave a Reply

Your email address will not be published. Required fields are marked *