Monday , November 29 2021
Breaking News
Home / ଶିକ୍ଷା / ସୁସ୍ଥ ପରିବେଶ , ସୁସ୍ଥ ଜୀବନ – ପ୍ଲାଷ୍ଟିକ୍ ମୁକ୍ତ ବିଦ୍ୟାଳୟ ପରିବେଶ ପାଇଁ ଇକୋ କ୍ଲବ୍ ସମ୍ମିଳନୀରେ ଆହ୍ୱାନ

ସୁସ୍ଥ ପରିବେଶ , ସୁସ୍ଥ ଜୀବନ – ପ୍ଲାଷ୍ଟିକ୍ ମୁକ୍ତ ବିଦ୍ୟାଳୟ ପରିବେଶ ପାଇଁ ଇକୋ କ୍ଲବ୍ ସମ୍ମିଳନୀରେ ଆହ୍ୱାନ

ଗରଦପୁର, ୨୬/୧୦/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କୋରୁଆସ୍ଥିତ ସରକାରୀ ଉଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସୁସ୍ଥ ଓ ନୀରାମୟ ଜୀବନ ଜିଇବା ପାଇଁ ପଲିଥିନ୍ ବ୍ୟବହାରରୁ ମୁକ୍ତି ପାଇଁ ପଲିଥିନ୍ ମୁକ୍ତ କ୍ୟାମ୍ପସ ପାଇଁ ଏକ ଇକୋ କ୍ଲବ୍ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି ।  ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲିକ୍ ଅଧ୍ୟକ୍ଷତା କରିଥିଲେ । ଏଥିରେ ଗରଦପୁର ବ୍ଲକ୍ ର ୨୦ ଟି ଶିକ୍ଷା ଅନୁଷ୍ଠାନର ଇକୋ କ୍ଲବ୍ ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦେଇଥିଲାବେଳେ ଇକୋ ଶିକ୍ଷକ ନୃସିଂହ ଚରଣ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜ ହସପିଟାଲ ର ଅବସରପ୍ରାପ୍ତ ପ୍ରଫେସର ନବଘନ ପରିଡ଼ା ଯୋଗଦେଇ ସୁସ୍ଥ ପରିବେଶ , ସୁସ୍ଥ ଜୀବନ ପାଇଁ ପ୍ଲାଷ୍ଟିକ ରୁ ମୁକ୍ତି ପାଇବା ସହ ସବୁଜିମା ସୃଷ୍ଟି କରିବା ଉପରେ ପ୍ରତ୍ୟେକ ଯତ୍ନବାନ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଏଚ୍ ଆର ସି କେନ୍ଦ୍ରାପଡ଼ାର ସଭାପତି କେଦାରନାଥ ସାମନ୍ତରାୟ , ପ୍ରକୃତି ବନ୍ଧୁ ପ୍ରସନ୍ନ କୁମାର ପରିଡ଼ା, ପ୍ରଧାନ ଶିକ୍ଷକ ରଶ୍ମୀକାନ୍ତ ଆଚାର୍ଯ୍ୟ, ମାଷ୍ଟର ଟ୍ରେନର ରବିନ୍ଦ୍ର ପ୍ରସାଦ ଜେନା , ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଶିକ୍ଷକ ସୁଶାନ୍ତ କୁମାର ସାହୁ,ଅଧ୍ୟାପିକା ପ୍ରବୀଣା ରଥ,ଶିକ୍ଷକ ପ୍ରସନ୍ନ କୁମାର ନାୟକ ପ୍ରମୁଖ ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ ପରିବେଶ ଶୀର୍ଷକ ଉପରେ ଆଲୋକପାତ କରିଥିଲେ । ଏଥିରେ ଇକୋ କ୍ଲବ୍ ଜିଲା ସଂଯୋଜକ  ତଥା ପରିବେଶବିତ୍ ଗୋପିନାଥ ଦାଶ ବାର୍ଷିକ ବିବରଣୀ ଓ ଇକୋ କ୍ଲବ୍ ଦାୟିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ୧୦ ଟି ଚନ୍ଦନ ବୃକ୍ଷ ବଂଟନ କରିଥିଲେ । ଗୀତି କବି କୁଂଜ ବିହାରୀ ପାଣି ପ୍ଲାଷ୍ଟିକ ମୁକ୍ତ ପରିସର ପାଇଁ ସ୍ୱରଚିତ ଉଦଘାଟନୀ ସଙ୍ଗୀତ ଗାନ କରିଥିଲେ । ପରିଶେଷରେ ମାଷ୍ଟର ଟ୍ରେନର ଦ୍ୱାରିକାନାଥ ସେନାପତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବ୍ଲକ ଓଷ୍ଟାର କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଓଷ୍ଟାର ଏକ କାର୍ଯ୍ୟକାରିଣୀ ବୈଠକ ଦୁହୁରିଆସ୍ଥିତ ଶିକ୍ଷକ ଭବନରେ ସଭାପତି ସନ୍ତୋଷ କୁମାର …

Leave a Reply

Your email address will not be published. Required fields are marked *