କଟକ ସଦର ,୨୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ପ୍ରହରାଜପୁର ପଞ୍ଚାୟତର ସରକାରୀ ଉର୍ଦ୍ଦୁ ସ୍କୁଲରେ ଵିଭାଗୀୟ ବିନାନୁମତିରେ ଵିଜୁ ଯୁଵ ଛାତ୍ର ଜନତା ଦଳ ପକ୍ଷରୁ ଗତ ୨୪ ତାରିଖ ରବିବାର ଦିନ ରକ୍ତଦାନ ଶିବିର ଆୟୋଜନ ହୋଇଥିଵାକୁ ନେଇ ଵିଵାଦ ମୁଣ୍ଡ ଟେକିଛି। ଏଠାରେ ଦଳୀୟ ଭିତ୍ତିରେ ଉକ୍ତ କାର୍ୟ୍ୟକ୍ରମ କରାଯାଇଥିଵା ଵେଳେ ଗତ ଅଗଷ୍ଟ ୧୯ ରେ ସେହିପରି ଏକ ଜନମଙ୍ଗଳ କାର୍ୟ୍ୟ କୁ ଵିରୋଧ କାହିଁକି କରାଯାଇଥିଲା ଵୋଲି ପ୍ରଶ୍ନ ହେଉଛି। ପ୍ରକାଶ ଯେ ସେହିପରି ଅରିଲୋ ସ୍କୁଲରେ ଏକ ସାମାଜିକ ଅନୁଷ୍ଠାନ ଉତ୍କଳ ଵିକାଶ ପରିଷଦ ପକ୍ଷରୁ ଲୋକଙ୍କୁ କୋଭିଡ ଟିକାକରଣର ଆୟୋଜନ କରାଯାଇଥିଲା। ଲୋକମାନେ ଶହ ଶହ ସଂଖ୍ୟାରେ ଟିକା ନେଵାକୁ ରୁଣ୍ଡ ହୋଇଥିଵା ଵେଳେ ସ୍ବାସ୍ଥ୍ୟ କର୍ମୀ ମାନେ ଉପସ୍ଥିତ ହୋଇ ସମସ୍ତ ପ୍ରସ୍ତୁତି ଶେଷ କରିଥିଲେ। ହେଲେ ଏମିତି କ’ଣ ହେଲା କେଜାଣି ଶେଷ ମୁହୁର୍ତ୍ତରେ ଟିକାକରଣକୁ ଵନ୍ଦ କରିଦିଆଗଲା। କାଳେ ରତ୍କଳ ଵିକାଶ ପରିଷଦ ନାଁ ନେଇଯିଵ ସେଥିପାଇଁ ଏଭଳି ହୀନ ଚକ୍ରାନ୍ତ କରାଯାଇଥିଲା ଵୋଲି ପରିଷଦର ସଭାପତି ଇଂ ପ୍ରକାଶ ସେଠୀ ଅଭିଯୋଗ କରିଛନ୍ତି। ଏଥିପାଇଁ ଶ୍ରୀ ସେଠୀ ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହେଵେ ଵୋଲି ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର