କଟକ ସଦର ,୨୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ସ୍ତରରେ ପହଞ୍ଚିଥିଵା ଏବଂ ଵୁଢାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଛନ୍ଦି ହୋଇଥିଵା ଗୃହ ରାଷ୍ଟ୍ର ମନ୍ତ୍ରୀ ଦିଵ୍ୟଶଙ୍କର ମିଶ୍ର ଙ୍କୁ ଗିରଫ ଦାଵିରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ମଙ୍ଗଳବାର ରାଷ୍ଟ୍ରୀୟ ପଛୁଆ ବର୍ଗ ସଂଘ ପକ୍ଷରୁ ଓଡ଼ିଆ ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଭାପତି ସଂଜିତ ସାମଲଙ୍କ ନେତୃତ୍ୱରେ ପ୍ରତିନିଧି ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର
