Tuesday , May 30 2023
Breaking News
Home / ବିଶେଷ / ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି । ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍.ହାରାନାଦ୍ ଅନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କୋଭିଡ୍-୧୯ ଗାଇଡ଼ଲାଇନ୍ ପାଳନ ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଦର ଅଧ୍ୟକ୍ଷ ବନ୍ଦରର ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ସେଠାରେ ବନ୍ଦର କର୍ମଚାରୀମାନଙ୍କ ମଧ୍ୟରେ ଏକ କୁଇଜ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ପାରାଦୀପ ବନ୍ଦରର ଅର୍ଥନୈତିକ କାରବାର(ବିଲିଙ୍ଗ ସିଷ୍ଟମ୍) ରେ ସ୍ୱଛତା ଆଣିବା ପାଇଁ ଅନ୍ ଲାଇନ୍ ବିଲ୍ ପ୍ରୋସେସିଙ୍ଗ ଆଣ୍ଡ ପେମେଂଟ ସିଷ୍ଟମ୍ ଆରମ୍ଭ ହେବ ବୋଲି ବନ୍ଦର ଅଧ୍ୟକ୍ଷ ଶ୍ରୀ ହାରାନାଦ୍ ଘୋଷଣା କରିଥିଲେ । ଏହା ଦ୍ୱାରା ବନ୍ଦରର ଠିକାଦାର ଓ ଅନ୍ୟ ଭେଣ୍ଡରମାନେ ଡିଜିଟାଲ୍ ପ୍ଲାଟଫର୍ମରେ ପେମେଂଟ ପାଇବାରେ ଉପକୃତ ହେବେ । ବନ୍ଦରର ବିଭିନ୍ନ ବିଭାଗର କର୍ମଚାରୀମାନେ ମଧ୍ୟ ଏହି ଅବସରରେ ଶପଥ ପାଠ କରିଥିଲେ । ସହରର ବିଭିନ୍ନ ସ୍ଥାନମାନଙ୍କରେ ସଚେତନତାର ବାର୍ତା ସହିତ ହୋଡିଙ୍ଗସ୍ ମାନ ଲଗାଯିବ । ଆସନ୍ତା ନଭେମ୍ବର ୧ ତାରିଖ ଦିନ ପୁରସ୍କାର ବିତରଣ ସହ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ପାରାଦୀପ ବନ୍ଦରର ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରେସ୍ ଇସ୍ତାହାର ରୁ ସୂଚନା ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.