Wednesday , December 8 2021
Home / ବିଶେଷ / ପାରାଦୀପ ବନ୍ଦରର ନୂଆ ଉପସଂରକ୍ଷକ ହେଲେ କ୍ୟାପଟେନ୍ ଅଲେଖ ଚରଣ ସାହୁ

ପାରାଦୀପ ବନ୍ଦରର ନୂଆ ଉପସଂରକ୍ଷକ ହେଲେ କ୍ୟାପଟେନ୍ ଅଲେଖ ଚରଣ ସାହୁ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦରର ନୂଆ ଉପସଂରକ୍ଷକ( ଡେପୁଟି କନଜରଭେଟର) ଭାବେ କ୍ୟାପ୍ଟେନ୍ ଅଲେଖ ଚରଣ ସାହୁଙ୍କୁ ନିଯୁକ୍ତି ମିଳିଛି । କ୍ୟାପ୍ଟେନ୍ ସାହୁ ଏବେ ପାରାଦୀପ ବନ୍ଦରର ହାରବର୍ ମାଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ମଙ୍ଗଳବାର ଦିନ ଭାରତ ସରକାରଙ୍କ ଅଣ୍ଡର ସେକ୍ରେଟାରୀ ରାଜୀବ ନୟନ ଅଫିସ୍ ଅର୍ଡର ନମ୍ବର ୩୪/୨୦୨୧ ରେ ଏକ ଚିଠି କରିଛନ୍ତି । ଗତ ମେ ମାସରେ ପାରାଦୀପ ବନ୍ଦରର ଉପସଂରକ୍ଷକ( ଡେପୁଟି କନଜରଭେଟର) କ୍ୟାପ୍ଟେନ୍ ଅତୁଲ୍ୟ କୁମାର ମହାପାତ୍ର ଅବସର ଗ୍ରହଣ କରିଥିଲେ । ଶ୍ରୀ ସାହୁ ସେହି ଦିନ ଠାରୁ ଏହି ଦାୟିତ୍ୱରେ ଥିଲେ । ଶ୍ରୀ ସାହୁଙ୍କ ନିଯୁକ୍ତି ପରେ ଦୀର୍ଘ ଦିନ ଧରି ଖାଲି ପଡିଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ହୋଇଛି । ପ୍ରକାଶଥାଉକି, ପାରାଦୀପ ବନ୍ଦରକୁ ଜାହାଜ ଯାତାୟତର ଦାୟିତ୍ୱ ବନ୍ଦରର ମେରାଇନ୍( ସାମୁଦ୍ରିକ) ବିଭାଗର । ଏହି ବିଭାଗର ମୁଖ୍ୟ ହେଉଛନ୍ତି ଉପସଂରକ୍ଷକ ବା ଡେପୁଟି କନଜରଭେଟର । ମହାମାରୀ କରୋନା ଓ ବିଭିନ୍ନ ସାମୁଦ୍ରିକ ଝଡ ବାତ୍ୟା ସମୟରେ ବି ପାରାଦୀପ ବନ୍ଦରରେ ଜାହାଜ ଚଳାଚଳ କାର୍ଯ୍ୟ ବନ୍ଦର ମେରାଇନ୍ ବିଭାଗ ଦ୍ୱାରା ସୂଚାରୁ ରୂପେ ସମ୍ପାଦିତ ହୋଇଛି । ଏହି ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି କ୍ୟାପ୍ଟେନ୍ ସାହୁ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *