ଜଗତସିଂହପୁର ୨୬/୧୦/୨୦୨୧(ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ ହୋଇ ଯାଇଅଛି । ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆମ ରାଜ୍ୟ ତଥା ସାରା ଦେଶରେ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳିତ ହେଉଅଛି । ଜିଲ୍ଲାସ୍ତରୀୟ ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟାଓରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନିତୀ ନିବାରଣ ଶପଥପାଠ କରାଇ ଥିଲେ । ଆମ ଦେଶରେ ଆର୍ଥôକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନିତୀ ହିଁ ସବୁଠୁ ବଡ ପ୍ରତିବନ୍ଧକ,ଏହାର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ତଥା ସରକାରୀ,ନାଗରୀକ ସମୁଦାୟ ତଥା ଘରୋଇ କ୍ଷେତ୍ର ସମସ୍ତେ
ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ଶପଥ ପାଠ କରାଇ ଥିଲେ । ଚଳିତ ବର୍ଷ ଭାରତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଚଳିତ ବର୍ଷ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହର ବିଷୟବସ୍ତୁ ରହିଛି “ସ୍ୱତନ୍ତ୍ର ଭାରତ ଅ ୭୫: ସତ୍ୟନିଷ୍ଠା ରୁ ଆତ୍ମନିର୍ଭରତା” । ଏହି ଶପଥ ପାଠ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ଡି.ଏସ୍.ପି,ଭିଜିଲାନ୍ସ ଶ୍ରୀ ହେମନ୍ତ କୁମାର ମହାନ୍ତି,ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟୀ କଲେକ୍ଟର,ସହକାରୀ ଜିଲ୍ଲାପାଳ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରା ଶ୍ରୀ କାମିନୀ ରଂଜନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଓଡ଼ିଶା ସମାଚାର
