କଳାହାଣ୍ଡି ,୨୬/୧୦/୨୧ (ଓଡିଶା ସମାଚର /ସଂଜୟ ସିଂହ) – ଆଜି ରାଜ୍ୟ ବିଜେପି ର ସଭାପତି ସମୀର ମହାନ୍ତି ଙ୍କ ନେତୃତ୍ୱରେ ଦଳର ଏକ ଉଚ୍ଚ ସ୍ତରୀୟ ତଦନ୍ତ କାରୀ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତରେ ଆସି ମମିତା ମେହେର ହତ୍ୟା ଘଟଣା ର ଅନୁଧ୍ୟାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ପୂର୍ବତନ ପୋଲିସ ଡି ଜି ପ୍ରକାଶ ମିଶ୍ର ,ଦଳର ମୁଖପାତ୍ର ପିତାମ୍ବର ଆଚାର୍ୟ୍ୟ, ଦଳର ବରିଷ୍ଠ ନେତା କେ ଭି ସିଂଦେଓ, ସାଂସଦ ସଂଗୀତା ସିଂଦେଓ , ବିଧାୟକ ଓ ମୋହନ ମାଝୀ ଙ୍କ ସମେତ ୧୫ ଜଣ ସାମିଲ ହୋଇ ଘଟଣାର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ମମିତା ମେହେର ଙ୍କ ଝରଣୀ ଗାଁ କୁ ଯାଇ ମମିତା ଙ୍କ ବାପା ମାଆ ଙ୍କ
ସହ ମିଶି ସମସ୍ତ ଘଟଣା ପଚାରି ବୁଝି ଥିଲେ ଓ ଦୋଷୀ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରି ଥିଲେ ।ପରେ ଗୋଳାମୁଣ୍ଡା ବ୍ଲକ ର ମହାଳିଙ୍ଗ ମିନିଷ୍ଟାଡିୟମ ର ମମିତା ମେହେର ହତ୍ୟା ଘଟଣା ସ୍ଥଳ ପରିଦର୍ଶନ କରି ବୁଲି ଦେଖି ଥିଲେ । ଓଡିଶା ସମାଚର
