କଟକ ସଦର ,୨୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ- ନୂଆଗାଁ ୫୫ ନମ୍ଵର ଜାତୀୟ ରାଜପଥ କଡରେ ଥିଵା କନ୍ଦରପୁର ଗ୍ରାମପଞ୍ଚାୟତ କାର୍ୟ୍ୟାଳୟ ରାସ୍ତାର ଦୋହରିକରଣ ପାଇଁ ଉଚ୍ଛେଦ ହେଵା ନିଶ୍ଚିତ ହୋଇଯାଇ ଥିଵାରୁ ଏଥିପାଇଁ ମେଡିକାଲ ରୋଡରେ ଏକ ନୂତନ କାର୍ୟ୍ୟାଳୟ ଵିଲ୍ଡିଂ ନିର୍ମାଣ ପାଇଁ ଆଜି ମଙ୍ଗଳବାର ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ କଲେଜ ରୋଡରେ ମଧ୍ୟ ଏକ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରିଛନ୍ତି।ଏହି ଉପଲକ୍ଷେ ପଞ୍ଚାୟତ ବିଜେଡି ସଭାପତି ଭିକାରୀ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଵିଧାୟକ ଅଭିଭାଷଣ ରଖିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସଦର ଵିଡିଓ ରାଜୀବ ଲୋଚନ ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ବିକାଶ ଭୂୟାଁ, କନିଷ୍ଠ ଯନ୍ତ୍ରୀ ସୁଜାତା ସିଂହ,ଵ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କାର୍ୟ୍ୟକାରୀ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ସମର ବେହେରା, ଉପାଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା,ଆତ୍ମା ଅଧ୍ୟକ୍ଷ ରଜନୀ କାନ୍ତ ସାହୁ,କନ୍ଦରପୁର କଲେଜ ଅଧ୍ୟକ୍ଷ ଶାରଦା ପ୍ରସନ୍ନ ମହାପାତ୍ର,
ଜିଲ୍ଲା ପରିଷଦ ସଭ୍ୟା ଝିନୁ ଵେହେରା, ସରପଞ୍ଚ ପ୍ରଫୁଲ୍ଲ ଭୋଇ,ନିମେଇସାପୁର ସରପଞ୍ଚ ତ୍ରିଲୋଚନ ସ୍ବାଇଁ,ଫକିରପଡା ସମିତି ସଭ୍ୟା ମାନସୀ ସାହୁ, ମିଶନ ଶକ୍ତି ସଂଯୋଯକ ଶରତ ରାୟ,ସଦର ଯୁଵ ବିଜେଡି ସଭାପତି ହିମାଂଶୁ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ ପୂର୍ଵତନ ସରପଞ୍ଚ ପ୍ରମୋଦ ରାଉତ ଧନ୍ୟବାଦ ଦେଇଥିବା ବେଳେ ପରିଚାଳନା ରେ କାଳନ୍ଦୀ ସ୍ୱ।ଇଁ, ହୃଦାନନ୍ଦ ଆଚାର୍ୟ୍ୟ, ଦୁଃଖିଶ୍ୟାମ ମୁଦୁଲି, ଅକ୍ଷୟ ଜେନା ପ୍ରମୁଖ ସହାୟତା କରିଥିଲେ। ଓଡ଼ିଶା ସମାଚାର