Monday , December 6 2021
Breaking News
Home / ନିର୍ବାଚନ / କଟକ ସଦର ବ୍ଲକ୍ ୫ ଗୋଟି ପଞ୍ଚାୟତର ଅଣସଂରକ୍ଷିତ ଆସନରୁ ଆଉ ଥରେ ରିପିଟ୍ ହେଵାକୁ ଜନପ୍ରତିନିଧି ଙ୍କ ପ୍ରୟାସ

କଟକ ସଦର ବ୍ଲକ୍ ୫ ଗୋଟି ପଞ୍ଚାୟତର ଅଣସଂରକ୍ଷିତ ଆସନରୁ ଆଉ ଥରେ ରିପିଟ୍ ହେଵାକୁ ଜନପ୍ରତିନିଧି ଙ୍କ ପ୍ରୟାସ

କଟକ ସଦର , ୨୬/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ୍ ଅନ୍ତର୍ଗତ ଅଣସଂରକ୍ଷିତ ଵାରଦା, ପ୍ରହରାଜପୁର, ପରମହଂସ,ଧରିଣା ଓ କୂଳସରିଚୂଆଁ ୫ ଗୋଟି ପଞ୍ଚାୟତରୁ ବର୍ତ୍ତମାନ ଥିଵା ପ୍ରତିନିଧି ମାନେ ଆଉ ଥରେ ଥରେ ନିର୍ବାଚିତ ହେବାକୁ ମନଵଳାଇ ପ୍ରୟାସ ଆରମ୍ଭ କରିଥିବା ପ୍ରାକ୍ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସର୍ବେକ୍ଷଣ ରୁ ଜଣାପଡିଛି।ସର୍ଵେକ୍ଷଣ ଅନୁସାରେ ୧୨ ଗୋଟି ୱ।ର୍ଡ ଓ ୪୭୨୭ ଭୋଟରଙ୍କୁ ନେଇ ଵାରଦା ପଞ୍ଚାୟତ ରେ ସରପଞ୍ଚ ଥିଵା ରମେଶ ସାହୁ ତାଙ୍କର ୫ ବର୍ଷର ରିପୋର୍ଟ କାର୍ଡକୁ ନେଇ ନିର୍ଵାଚନରେ ଅଵତିର୍ଣ୍ଣ ହେଵାକୁ ଯାଉଥିବା ଵେଳେ ତାଙ୍କ ସହିତ ଅନ୍ୟ ଜଣେ ଵାଵୁଲା ଲେଙ୍କା ପ୍ରାର୍ଥୀ ହେଵା ଜଣାଯାଇଛି।ସେହିପରି ୧୭ ଟି ୱ।ର୍ଡ ଓ ୬୯୯୬ ଭୋଟରଙ୍କୁ ନେଇ ପ୍ରହରାଜପୁର ପଞ୍ଚାୟତରେ ସରପଙ୍କ ଥିଵା ରୂପସୀ ସାହୁଙ୍କ ସ୍ୱ।ମୀ ପୂର୍ଵତନ ସମିତି ସଭ୍ୟ ସୋମନାଥ ସାହୁ ନିର୍ବାଚନ ରେ ଓହ୍ଲାଇ ଲୋକପ୍ରିୟତାର ପ୍ରମାଣ ଦେଵାକୁ ଆଗେଇ ଆସିଥିବା ଵେଳେ ତାଙ୍କ ସହିତ ଯୁଵ ନେତା ଅବଦୁଲ୍ ୱ।ହିଦ୍ ଖାନ୍ (ମୋତି) ପ୍ରତିଦ୍ବନ୍ଦିତା ପାଇଁ ଆଗଭର ହୋଇଛନ୍ତି।୧୮ ୱ।ର୍ଡକୁ ନେଇ ୮୬୭୫ ଭୋଟର ସଂଖ୍ୟା ବିଶିଷ୍ଟ ପରମହଂସ ପଞ୍ଚାୟତରେ ଵ୍ଲକର ସର୍ବାଧିକ ଭୋଟରେ ନିର୍ବାଚିତ ହୋଇଥିବା ସରପଞ୍ଚ ମିନତି ବେହେରା ପୁଣି ଥରେ ଲୋକପ୍ରିୟତା ର ପ୍ରମାଣ ଦେଵାକୁ ମନ ଵଳାଇଥିଵା ଵେଳେ ତାଙ୍କ ସହିତ ଅଶୋକ ପାତ୍ର,କାଲୁଆ ନନା,ପୂର୍ଵତନ ସରପଞ୍ଚ ଅକ୍ଷୟ ପରିଡା,ଵିଜୟ ପଣ୍ଡା ପ୍ରମୁଖ ଆଗଭର ଥିଵା ଜଣାପଡିଛି।୧୨ ୱ।ର୍ଡକୁ ନେଇ ୪୪୪୪ ଭୋଟର ସଂଖ୍ୟା ବିଶିଷ୍ଟ ଧରିଣା ପଞ୍ଚାୟତ ପାଇଁ ରାଜସ୍ବ ବିଭାଗର ଅବସରପ୍ରାପ୍ତ ଅଧିକାରୀ ତଥା ବର୍ତ୍ତମାନ ସମିତି ସଭ୍ୟଥିଵା କେଳୁ ଚରଣ ମହାଳି ସରପଞ୍ଚ ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ତାଙ୍କ ସହିତ ଯୁଵନେତା ସରୋଜ ପାତ୍ର ଓ ପୂର୍ଵତନ ସରପଞ୍ଚ ରତ୍ନାକର ରାଉତ ନିର୍ବାଚନ ଲଢ଼ିବାକୁ ସଜଵାଜ ହେଉଛନ୍ତି। ସେହିପରି ୨୪ ଟି ୱ।ର୍ଡ ଓ ୭୬୧୦ ଭୋଟରଙ୍କୁ ନେଇ କୂଳସରିଚୁଆଁ ପଞ୍ଚାୟତରେ ବର୍ତ୍ତମାନ ସରପଞ୍ଚ ଥିଵା ଚପଳା ରାଉତଙ୍କ ସ୍ୱ।ମୀ ଉଦୟ ରାଉତ ନିର୍ଵାଚନ ମଇଦାନରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ଵେଳେ ତାଙ୍କ ସହିତ ପୂର୍ଵରୁ ଦୁଇଥର ସରପଞ୍ଚ ଥିଵା ତ୍ରିଲୋଚନ ଦଳାଇ (ମିଟୁ) ତାଙ୍କର ଲୋକପ୍ରିୟତାର ପ୍ରମାଣ ଦେବାକୁ ଆଗେଇ ଆସିଛନ୍ତି।ଏମାନଙ୍କ ସହିତ ପୂର୍ଵତନ ସରପଞ୍ଚ ଶରତ ରାୟ ମଧ୍ୟ ନିର୍ବାଚନ ଲଢ଼ିବାକୁ ଯାଉଥିବା ଜଣାଯାଇଛି। ଏମାନେ ସମସ୍ତେ ଵିଜୁ ଜନତା ଦଳ ସମର୍ଥନରେ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବା ଵେଳେ ଦଳ କାହାକୁ ରଖୁଛି କାହାକୁ ଛାଡୁଛି ତାକୁ ଦେଖିଵାକୁ କେଵଳ ଵାକି ରହିଲା। ଅନ୍ୟପକ୍ଷରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ। ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାର ପୌରପାଳିକା ୱାର୍ଡ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଲା

କେନ୍ଦ୍ରାପଡ଼ା, ୨୬/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରପାଳିକାର ୨୧ଟି ୱାର୍ଡ ପାଇଁ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି । ସେହି ଅନୁଯାଇ …

Leave a Reply

Your email address will not be published. Required fields are marked *