କଲାହାଣ୍ଡି ,୨୫/୧୦/୨୧ (ଓଡିଶା ସମାଚର /ସଂଜୟ ସିଂହ) – କଳାହାଣ୍ଡି-ଜିଲ୍ଲା-ଥୁଆମୁଳ ରାମପୁର ବ୍ଲକ ସିଡିପିଓ ପୁଷ୍ପାଞ୍ଜଳି ରଥ, ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ। ଅଙ୍ଗନୱାଡି କର୍ମୀ ଚୟନ ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା। ଭବାନୀପାଟଣା ବଡପଡା ବାସଭବନରେ ବୀର ସିଂ ଠାରୁ ଟଙ୍କା ନେଉଥିବା ବେଳେ, ଭିଜିଲାନ୍ସ ଟଙ୍କା ସହ ଧରିଲା। ନବରଙ୍ଗପୁର ଭିଜିଲାନ୍ସ ଡିଏସପି କଳାବତୀ ବାଗ , ମାଲକାନଗିରି ଡିଏସପି ଶୁସାନ୍ତ ବିଶ୍ବାଳ, ଅଜିତ୍ ପାଢୀ ପ୍ରମୂଖ ଚଢ଼ାଉ କରିଥିଲେ । ଓଡିଶା ସମାଚର