Tuesday , June 6 2023
Breaking News
Home / ଶିକ୍ଷା / ୨୦୨୧-୨୨ରୁ ଦଶମରୁ ଦ୍ୱାଦଶ ସବୁ ପାଠ୍ୟପୁସ୍ତକରେ ରହିବ “କୁ୍ୟଆର କୋଡ’

୨୦୨୧-୨୨ରୁ ଦଶମରୁ ଦ୍ୱାଦଶ ସବୁ ପାଠ୍ୟପୁସ୍ତକରେ ରହିବ “କୁ୍ୟଆର କୋଡ’

ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଏଚ୍ଚିକି ପ୍ରଥମରୁ ଅଷ୍ଟମଶ୍ରେଣୀ ପାଠ୍ୟ ପୁସ୍ତକ ଭଳି ୨୦୨୧-୨୨ ଶିକ୍ଷାବର୍ଷରୁ ଦଶମ, ଏକାଦଶ, ଦ୍ୱାଦଶ (+୨) ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୟ ଗତବର୍ଷ ପରୀକ୍ଷାମୂଳକ ଭାବେ କିଛି ଏକାଦଶ ଓ ଦ୍ୱାଦଶ ପାଠ୍ୟକ୍ରମର ପୁସ୍ତକକୁ ଡିଜିଟାଲ କରାଯିବା ସହ “କୁ୍ୟଆର୍ କୋଡ୍’ ବ୍ୟବସ୍ଥା କରାଯାଇଥିଲା । ଏହାକୁ ସଫଳତା ମିଳିବା ପରେ ଏବର୍ଷ ସମସ୍ତ ବିଷୟର ପୁସ୍ତକକୁ “କ୍ୟୁଆର କୋଡ୍ ‘ସମ୍ବଳିତ କରିବାକୁ ବିଭାଗ ପ୍ରାଧାନ୍ୟ ଦେଇଛିୟ ଏହାଦ୍ୱାରା ବିଦ୍ୟାର୍ଥୀ ସହଜରେ ଘରେ ବସି ଡିଜିଟାଲ ପୁସ୍ତକ ମୋବାଇଲରେ ପାଇପାରିବେ । ବହି ଅସଲି କି ନକଲି ତାହା ମଧ୍ୟ ସହଜରେ ସ୍କାନ କରି ଜାଣିପାରିବେ ବିଦ୍ୟାର୍ଥୀ । ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟତଃ ନକଲି ବହି ବେପାର ରୋକିବା ଓ କଳାବଜାର ବ୍ୟବସାୟ ଉପରେ ଅଙ୍କୁଶ ଲଗାଇବା ପାଇଁ ବିଭାଗ ଏଭଳି ପଦକ୍ଷେପ ନେଇଛି । କ୍ୟୁଆର କୋଡ୍ ରହିବା ଦ୍ୱାରା ସହଜରେ ଛାତ୍ରଛାତ୍ରୀ ମୋବାଇଲରେ ସ୍କାନ କରି ବହି ମୋବାଇଲ ଫୋନରେ ପଢିପାରିବେ । ସେଥିଯୋଗୁଁ ଓଡ଼ିଶା ପାଠ୍ୟପୁସ୍ତକ ପ୍ରସ୍ତୁତ ଓ ପ୍ରକାଶନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ସବୁ ଏକାଦଶ ଓ ଦ୍ୱାଦଶ ପାଠ୍ୟପୁସ୍ତକରେ କ୍ୟୁଆର୍ କୋଡ୍ ବ୍ୟବସ୍ଥା କରିବାକୁ ସଂସ୍ଥାକୁ ନିର୍ଦେଶ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.