Tuesday , August 9 2022
Breaking News
Home / ବିଶେଷ / ଵାଣ ଫୁଟା ଓ ବିକ୍ରି ମାମଲା ହାଇକୋର୍ଟରେ ଖାରଜ, ସରକାରଙ୍କ ଏସଓପି ବଳବତ୍ତର

ଵାଣ ଫୁଟା ଓ ବିକ୍ରି ମାମଲା ହାଇକୋର୍ଟରେ ଖାରଜ, ସରକାରଙ୍କ ଏସଓପି ବଳବତ୍ତର

କଟକ ସଦର, ୨୫/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଦୀପାବଳୀ ପାଇଁ ଵାଣ ବିକ୍ରି ଓ ଵାଣ ଫୁଟାଇଵାକୁ ହୋଇଥିବା ମାମଲାକୁ ଓଡ଼ିଶା ହାଇକୋର୍ଟ ଖାରଜ କରି ସରକାରଙ୍କ ସେପ୍ଟେମ୍ବର ୩୦ ରେ ଜାରି ହୋଇଥିବା ଏସ୍ଓପିକୁ କାଏମ ରଖିଥିବା ଜଣାଯାଇଛି। ପ୍ରକାଶ ଯେ କେଵଳ ଗ୍ରୀନ କ୍ରାକର ଵିକ୍ରି ଓ ଫୁଟାଇଵାକୁ ଅଲ୍ ଓଡିଶା ଫାୟାର୍ ୱ।କର୍ସ ଡିଲର ଆସୋସିଏସନ୍ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ହେଲେ ଉକ୍ତ ଆସୋସିଏସନ୍ ଅଣ ପଞ୍ଜିକୃତ ହୋଇଥିବା ଏବଂ ଵାଣରେ କରୋନା ସଂକ୍ରମଣ ବୃଦ୍ଧି ସହିତ ଫୁସଫୁସ ଉପରେ ଏହାର ପ୍ରଭାବ ପଡିଵ ଵୋଲି ହୃଦୟଙ୍ଗମ କରି ମାମଲାକୁ ଖାରଜ କରି ସରକାରଙ୍କ ନିଷ୍ପତ୍ତି କୁ କାଏମ ରଖିଛନ୍ତି। ସରକାରଙ୍କ ନିଷ୍ପତ୍ତି କୁ ଚ୍ୟାଲେଞ୍ଜ କରି ଦଶହରା ଠାରୁ ହାଇକୋର୍ଟ ଯାଉଥିବା ବ୍ୟକ୍ତି ମାନଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ିଛି। ଓଡ଼ିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.