Monday , November 29 2021
Breaking News
Home / ବିଶେଷ / ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଜାରୀ

ମନସା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଜାରୀ

ପାରାଦୀପ ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସମୟରେ ଦୀର୍ଘ ଦିନ ହେବ ବନ୍ଦର ସହର ପାରାଦୀପରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ବିଭିନ୍ନ ସଂଗଠନର ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଶିଥୀଳତା ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମନସା ଚାରିଟେବୁଲ୍ ଟ୍ରଷ୍ଟ ତାର ସ୍ୱଚ୍ଛତା ଅଭିଯାନ ଜାରୀ ରଖିଛି । ଟ୍ରଷ୍ଟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ବଡପଡିଆ ମାର୍କେଟ ଠାରେ ରବିବାର ଦିନ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ଅଧ୍ୟକ୍ଷ ମୃତୁ୍ୟଞ୍ଜୟ ମିଶ୍ର କହିଥିଲେ ଯେ ସ୍ୱଚ୍ଛତା ଅଭିଯାନ ସମୟରେ ସେମାନଙ୍କର କେବଳ ଉପସ୍ଥିତି ଜାହିର କରିବା ନୁହେଁ, ବରଂ ଟ୍ରଷ୍ଟର ବିଭିନ୍ନ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ଓ ପ୍ରେରଣା ଯୋଗାଇବା, ଯାହା ଦ୍ୱାରା କି ସ୍ୱଚ୍ଛ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ହାସଲ ହୋଇ ପାରିବ । ଟ୍ରଷ୍ଟର ଏହି ସ୍ୱଚ୍ଛତା ଅଭିଯାନ ନିୟମିତ ଅନ୍ତରରେ ସହରର ବିଭିନ୍ନ ସ୍ଥାନରେ କରାଯାଉଥିବା ବେଳେ ଏଥିରେ ଟ୍ରଷ୍ଟର ସମସ୍ତ ସଦସ୍ୟ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଥିବା ଶ୍ରୀ ମିଶ୍ର ସୂଚନା ଦେଇଥିଲେ । ମନସା ଚାରିଟେବୁଲ ଟ୍ରଷ୍ଟର ଏପରି ସମାଜ ମଙ୍ଗଳ କାର୍ଯ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ସମାଚାର

About admin

Check Also

ସରକାରୀ ଭାଵେ ଚାଞ୍ଚପଡା ଆଦର୍ଶ ଗ୍ରାମ ଘୋଷିତ

କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ …

Leave a Reply

Your email address will not be published. Required fields are marked *