Monday , September 25 2023
Breaking News
Home / କୃଷି / ଢୋଲ ପଂଚାୟତର  ଲଗାଣବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପାଇଁ ଦାବି

ଢୋଲ ପଂଚାୟତର  ଲଗାଣବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୁରଣ ପାଇଁ ଦାବି

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ଲଗାଣ ବର୍ଷାରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିବା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଢୋଲ ପଂଚାୟତର ଚାଷୀମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି ଯେ ଗତ ୨୦୨୦ମସିହାରେ ହୋଇଥିବା ଲଗାଣବର୍ଷାରେ ଢୋଲ ପଂଚାୟତର ଖରିଫ ଧାନ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । କୁତରଙ୍ଗ ସମବାୟ ସମିତିରୁ ଋଣ କରି ଚାଷ କରିଥିବା ଏହି ଚାଷୀମାନେ କ୍ଷତିପୁରଣ ପାଇପାରିନାହାନ୍ତି । ସମିତିର ସମ୍ପାଦକ ଅବସର ନେଇଥିବାରୁ ସେ ସଂପୃକ୍ତ କାର୍ଯ୍ୟାଳୟରେ ଚାଷୀମାନଙ୍କ ବୀମା ସମ୍ପର୍କିତ କାଗଜପତ୍ର ଦାଖଲ କରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଫଳରେ ଶହ ଶହ ଚାଷୀମାନେ କ୍ଷତିପୁରଣ ପାଇବାରୁ ବଂଚିିତ ହେବାର ସମ୍ଭାବନା ଦେଖାଦେଇଛି । ତେଣୁ ଏହି ଘଟଣାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଚାଷୀମାନଙ୍କ ପକ୍ଷରୁ କୈଳାସ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ସାହୁ, ଦୈତାରୀ ସାହୁ, ଉମାକାନ୍ତ ସାହୁ, ଗିରିଧାରି ସାହୁ, ତ୍ରିଲୋଚନ ସାହୁ, ରନôାକର ସାହୁ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *