ଭୁବନେଶ୍ୱର,୨୫/୧୦/୨୦୨୧(ଓଡ଼ିଶା ସମାଚାର)- ଯୋଗାସନ ସ୍ପୋର୍ଟ ଆସୋସିଏସନ, ଓଡିଶା ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା, ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ବାରା ମାନ୍ୟତା ପ୍ରାପ୍ତ । ଯୋଗକୁ ଲୋକ ପ୍ରିୟ କରିବା ପାଇଁ ଗତ ବର୍ଷ ଭାରତ ସରକାର ଯୋଗକୁ କ୍ରୀଡା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ପଞ୍ଚ ଦିବସୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସବ୍ବଜୁନିଅର, ଜୁନିଅର, ସିନିୟର, ବର୍ଗର ଉଭୟ ବାଳକ ଓ ବାଳିକା ବିଭାଗରେ ପାରମ୍ପରିକ, କଳାତ୍ମକ ଓ ତାଳବଦ୍ଧ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବର୍ଗରୁ ଯଥାକ୍ରମେ ଆୟେଷା ପ୍ରିୟ ଦର୍ଶିନୀ, ଆଦିତି ମିଶ୍ର, କଳ୍ପନା ବଳିଆର ସିଂହ, କିଷାନ ରଥ, ଆଶିଷ କୁମାର କାଲୋ, ହିମାଂଶୁ ବେହେରା, ସିନଜା ଛାଟୋଇ, ଅର୍ପିତା ସ୍ବାଇଁ, ସ୍ନେହାଶୁ ଦାସ, ସୁନୀଲ ମଲ୍ଲିକ, ସୌମେନ୍ଦୀୟ କୁମାର ସାହୁ , ରୋଜାଲିନ ବେହେରା, ପ୍ରଦୀପ କୁମାର ମହାପାତ୍ର, ସରୋବର ହୁସେନ ପାଇଦର, ଦିନେଶ କୁମାର ବେହେରା ଆଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବୋଲି କାର୍ୟ୍ୟକ୍ରମ ନିର୍ଦ୍ଦେଶକ ତଥା କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ସଞ୍ଜୟ କୁମାର ପଣ୍ଡା ଓ ଅନୁଷ୍ଠାନର ସମ୍ପାଦକ ତଥା ଯୋଗ ଶିକ୍ଷକ ସରୋଜକାନ୍ତ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ଡ ରାଜେନ୍ଦ୍ର ପ୍ରସାଦ କେନ୍ଦୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଅନୁଷ୍ଠାନର ଓଡିଶା ପ୍ରଭାରୀ ଡ ରବିନାରାୟଣ ଆଚାର୍ୟ୍ୟ, ଅନୁଷ୍ଠାନର ର କୋଷାଧ୍ୟକ୍ଷ ଦିବାକର ହରିଚନ୍ଦନ କୃତି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଅନୁଷ୍ଠାନର ରମାବଲ୍ଲଭ ମହାପାତ୍ର, ରଘୁନାଥ ସାହୁ, ନିଖିଳ ଦଲେଇ, ବିଥିକା ମହାନ୍ତି, ସସ୍ମିତା ରାୟ, ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଏହାର କ୍ବାଟର ଫାଇନାଲ ଓ ସେମିଫାଇନାଲ ଭର୍ଚୁଆଲ ମୋଡରେ ହେବାବେଳେ ପାରମ୍ପରିକ ଯୋଗ ର ଫାଇନାଲ ମ୍ୟାଚ ପ୍ରତ୍ୟକ୍ଷ ଭାବରେ ଅହମଦାବାଦରେ ୧୧-୧୨ ନଭେମ୍ବରରେ ଅନୁଷ୍ଠିତ ହେଉଥିବାବଳେ ଓ କଳାତ୍ମକ ଓ ତାଳବଦ୍ଧ ଯୋଗ ଡିସେମ୍ବରରେ ବାଙ୍ଗାଲୋର ଠାରେ ହେବ।ଓଡ଼ିଶା ସମାଚାର