Monday , November 29 2021
Breaking News
Home / ରାଜନୀତି / ଗରଦପୁର ବ୍ଲକ ବିଜେଡ଼ି କାର୍ୟ୍ୟକାରିଣୀ ବୈଠକ -ଦଳିୟ କନ୍ଦଳ ର ପ୍ରଭାବ ପଂଚାୟତ ନିର୍ବାଚନରେ ପଡ଼ିବା ସ୍ପଷ୍ଟ

ଗରଦପୁର ବ୍ଲକ ବିଜେଡ଼ି କାର୍ୟ୍ୟକାରିଣୀ ବୈଠକ -ଦଳିୟ କନ୍ଦଳ ର ପ୍ରଭାବ ପଂଚାୟତ ନିର୍ବାଚନରେ ପଡ଼ିବା ସ୍ପଷ୍ଟ

ଗରଦପୁର, ୨୫/୧୦/୨୦୨୧(ଓଡ଼ିଶା ସମାଚାର)-ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ୍ ବିଜେଡ଼ି ପକ୍ଷରୁ ଦଳିୟ କାର୍ୟ୍ୟକାରିଣୀ ବୈଠକ ସ୍ଥାନୀୟ କଳାବୁଦା ପଂଚାୟତ ମହାଲକ୍ଷ୍ମୀ ମଣ୍ଡପ ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ଶେଖର ପରିଡ଼ା ଙ୍କ ସଭାପତିତ୍ୱରେ ବିଜେଡ଼ି ଜିଲା ପର୍ୟ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଯୋଗଦେଇ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଙ୍କ ନେତୃତ୍ୱରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଲଢ଼ାଯିବ ବୋଲି କହିଥିଲେ । ସେ ଆହୁରୀ କହିଥିଲେ ଯେ ଯଦି ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀର ବିଧାୟକ ପାଟକୁରା ନିର୍ବାଚନ ମଣ୍ଡଳୀରେ ହସ୍ତକ୍ଷେପ କରନ୍ତି ତାହାଲେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇ ଦୃଢ଼ କାର୍ୟ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ । ଏହା ଛଡ଼ା ଦଳିୟ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ । ବିଧାୟିକାଙ୍କ ପୁଅ ସଂଜୟ ଅଗ୍ରୱାଲା ନିର୍ବାଚନ ମଣ୍ଡଳୀର ସମସ୍ତ ଦାୟିତ୍ୱ ବୁଝୁଥିବାରୁ ସେ ପାଟକୁରା ର ଭବିଷ୍ୟତ । ତାଙ୍କୁ ଯିଏ ବିରୋଧ କରିବ , ସେଥିପାଇଁ ଦଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ନେଇ ସେ ସ୍ପଷ୍ଟ କରିଥିଲେ । ବୈଠକରେ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ନିଜ ବକ୍ତବ୍ୟ ରଖି ପାଟକୁରା ରେ ଦଳ ଭିତରେ ରହି ଢ଼ୋଲ ଭିତରେ ମୂଷା ଉପାଖ୍ୟାନ ଜରିଆରେ ପାଟକୁରାର ପୂର୍ବତନ ବିଧାୟକ ତଥା ଏବେକାର ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ପ୍ରତି ତେରେଛା ବାଣ ମାରିଥିଲେ । ସେହିପରି ବୈଠକରେ ଜିଲା ପରିଷଦ ସଦସ୍ୟା ସୁଜାତା ରାଉତରାୟ, ସରପଂଚ ଅନୁଜ ମହାନ୍ତି, ସରପଂଚ ଗୌରାଙ୍ଗ ପରିଡ଼ା, ସରପଂଚ ଅରୁଣ ନାୟକ ଓ ପବିତ୍ର ପାଣି ପ୍ରମୁଖ ସଂଗଠନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ବିଧାୟିକା ସାବିତ୍ରୀ ଅଗ୍ରୱାଲା ଉପସ୍ଥିତ ନଥିଲେ । ଦଳିୟ କାର୍ୟ୍ୟକାରିଣୀ ବୈଠକ ହେଉଥିଲେ ମଧ୍ୟ ଏଥିରେ ବିଧାୟିକା ନିଯେ ଉପସ୍ଥିତ ନରହିବା ହେତୁ ବହୁ କର୍ମୀ ଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା । ବୈଠକରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ କିଛି ଅନୁଗତ ବିଜେଡ଼ି ରେ ସାମିଲ ହୋଇଥିଲେ । ଅପର ପକ୍ଷରେ ଏହି ବୈଠକରେ ବିଜେଡ଼ି ଦଳର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀଙ୍କ ସମେତ ବହୁ ବିଜେଡ଼ି କର୍ମୀ ଓ କେତେକ ପଂଚାୟତର ସରପଂଚ ଓ ସମିତି ସଭ୍ୟ ତଥା ପୂର୍ବତନ ସରପଂଚ ଓ ସମିତି ସଭ୍ୟ ଉପସ୍ଥିତ ନରହିବା ବ୍ଲକ୍ ବିଜେଡ଼ି ରେ ଥିବା ଦଳିୟ କନ୍ଦଳକୁ ପଦାରେ ପକାଇ ଦେଇଛି । ଏପରିକି ବ୍ଲକ୍ ର ବିଜେଡ଼ି ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦିଲିପ ସାହୁ, ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର କୁମାର ମହାନ୍ତି , ପୂର୍ବତନ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ରନାଥ ମହାନ୍ତି, ପୂର୍ବତନ ଜିଲା ପରିଷଦ ସଦସ୍ୟା କନକଲତା କଣ୍ଠ , ପୂର୍ବତନ ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ମାହାଳୀ ପ୍ରମୁଖ ବୈଠକରେ ଯୋଗଦେଇନଥିବା ଦେଖାଯାଇଥିଲା । ଏପରିକି ଯେଉଁ ମଣ୍ଡପରେ ବୈଠକ ଅନୁଷ୍ଠିତ ହେଉଥିଲା, ସେହି ସ୍ଥାନୀୟ କଳାବୁଦା ବିଜେଡ଼ି ଦଳର ସରପଂଚ ପ୍ରକାଶ ଚନ୍ଦ୍ର ସାହୁ ମଧ୍ୟ ବୈଠକରେ ଉପସ୍ଥିତ ନଥିବା ଦେଖାଯାଇଥିଲା । ଏହି କନ୍ଦଳ ଆସନ୍ତା ପଂଚାୟତ ନିର୍ବାଚନରେ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ଆଲୋଚନା ଯୋର ଧରିଛି । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *