Tuesday , August 9 2022
Breaking News
Home / ବିଶେଷ /    ଗଣମାଧ୍ୟମ ପ୍ରତିନିଧି ମାନଙ୍କ  ପ୍ରତି ଅଶ୍ଳୀଳ ବିବାଦୀୟ ମନ୍ତବ୍ୟ କୁ ସାମ୍ବାଦିକ ସଂଘର  ନିନ୍ଦା 

   ଗଣମାଧ୍ୟମ ପ୍ରତିନିଧି ମାନଙ୍କ  ପ୍ରତି ଅଶ୍ଳୀଳ ବିବାଦୀୟ ମନ୍ତବ୍ୟ କୁ ସାମ୍ବାଦିକ ସଂଘର  ନିନ୍ଦା 

କଳାହାଣ୍ଡି ,୨୫/୧୦/୨୧ (ଓଡିଶା ସମାଚାର /ସଂଜୟ ସିଂହ)-  ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ବିଜେପି ଦଳର ଏକ କାର୍ୟ୍ୟକ୍ରମରେ ଜିଲ୍ଲା ର ଉପ- ସଭାପତି ଅଜୟ ପାଣିଗ୍ରାହୀ ଗଣମାଧ୍ୟମ ବିରୁଦ୍ଧରେ ଏକ ଅଶ୍ଳୀଳ ବିବାଦୀୟ ମନ୍ତବ୍ୟ ଦେଇ ସାମ୍ବାଦିକ ସଂଘର ଆକ୍ରୋଶ ର ଶିକାର ହୋଇଛନ୍ତି। ରାଜ୍ୟର ବହୁ ଚର୍ଚ୍ଚିତ ମମିତା ମେହେର ଙ୍କ ହତ୍ୟା ଘଟଣାକୁ  ନେଇ ବିଜେପି ପକ୍ଷରୁ ଗତ ୧୭ ତାରିଖ ଦିନ କେଗାଁ ଥାନା ଘେରାଉ କରାଯାଇଥିଲା। ଏଥିରେ ଜିଲ୍ଲା ଉପ-ସଭାପତି ଅଜୟ ପାଣିଗ୍ରାହୀ ସର୍ବସାଧାରଣ ଙ୍କ ଉପସ୍ଥିତିରେ  ଗଣମାଧ୍ୟମ ପ୍ରତିନିଧି ଅର୍ଥ ନେଇ ଅପରାଧୀ ଙ୍କ ସପକ୍ଷରେ ସମ୍ବାଦ ପରିବେଷଣ କରୁଛନ୍ତି  ,ଯାହା କି ଲଜ୍ଜା ର ବିଷୟ ବୋଲି ଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ। ତାଙ୍କ ଭାଷଣ ପ୍ରଚାରିତ ହେବାପରେ ଜିଲ୍ଲା ପ୍ରିଣ୍ଟ ମିଡିଆ, ବୈଦ୍ୟୁତିକ ଗଣମାଧ୍ୟମ,ୱ୍ଵେବ୍ ମିଡ଼ିଆ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏ ସଂକ୍ରାନ୍ତ ରେ ଜିଲ୍ଲା ସାମ୍ବାଦିକ ସଂଘର ଆଜି ଏକ ଜରୁରୀକାଳୀନ ବୈଠକ ଭବାନୀପାଟଣା  ଅମଲା ଭବନ ଠାରେ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏହାର ଦୃଢ଼ ପ୍ରତିବାଦ କରିବା ସହ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ସମସ୍ତ ମିଡ଼ିଆ କର୍ମୀ ଶ୍ରୀ ଅଜୟପାଣିଗ୍ରାହୀ ଙ୍କ ବିରୁଦ୍ଧରେ ଜିଲ୍ଲାର ସମସ୍ତ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି। ତତ୍ ସହିତ ୨୪ ଘଣ୍ଟା ମଧ୍ୟରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପଦାଧିକାରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ବିଜେପି ର ସମସ୍ତ କାର୍ୟ୍ୟକ୍ରମକୁ ବୟକଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର, ଶାନ୍ତନୁ ବେହେରା, ନରେନ୍ଦ୍ର ନେଗୀ,ବିଜୟ ଦ୍ଵିବେଦୀ,ସତ୍ୟ ନାରାୟଣ ମହାପାତ୍ର, ମହମ୍ମଦ ଅଲ୍ଲୀ, ସ୍ଵାଧୀନ ପାତ୍ର, ମହମ୍ମଦ ଅସଲମ, ଦେବେନ୍ଦ୍ର ବିଶି, ଅଜିତ ସିଂ, ଦୁଷ୍ମନ୍ତ ପଣ୍ଡା, କୀର୍ତ୍ତନ ନାଏକ,ସଂଜୟ ସିଂହ,ମନ୍ମଥ ପ୍ରଧାନ,ଆଦିତ୍ୟ ମହାନ୍ତି, ସଂଗ୍ରାମ କେଶରୀ ପାତ୍ର, ସୁନୀଲ ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକକୁ ବରିଷ୍ଠ  ସାମ୍ବାଦିକ ରଜନୀକାନ୍ତ ମିଶ୍ର ପରିଚାଳନା କରିଥିଲେ। ଓଡିଶା ସମାଚର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.