କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଟିପିସିଓଡିଏଲ ସେକସନର କନିଷ୍ଠ ଯନ୍ତ୍ରୀ(ବିଦୁ୍ୟତ) ଅଶ୍ୱିନୀ କୁମାର ସାହୁଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଯନ୍ତ୍ରୀ ଶ୍ରୀ ସାହୁ ସେହି ଅଂଚଳର ଅନେକ ଲୋକଙ୍କ ଠାରୁ ଟିପିସିଓଡିଏଲ ଏବଂ ଅନ୍ୟ ସରକାରୀ ସଂସ୍ଥାରେ ଚାକିରୀ କରାଇ ଦେବାକୁ ମିଥ୍ୟା ପ୍ରତିଶୃତି ଦେଇ ବହୁ ଟଙ୍କା ଚଂଚକତାପୂର୍ଣ୍ଣ ଭାବେ ଭଣ୍ଡାଇ ନେଇଯାଇଛନ୍ତି । ଏହାବ୍ୟତିତ ବହୁ ଲୋକଙ୍କ ଠାରୁ ଲାଂଚ ନେଇ ସେମାନଙ୍କୁ ସେ ବେଆଇନ ବିଦୁ୍ୟତ କନେକସନ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଶ୍ରୀ ସାହୁଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଅଭିଯୋଗ ଲୋକମାନେ ପୂର୍ବରୁ କରିଛନ୍ତି । ଏମିତିକି ପାଟକୁରା ଥାନାରେ ମଧ୍ୟ ତାଙ୍କ ବିରୁଦ୍ଧରେ ଅଭିଯୋଗ ପଞ୍ଜିକୃତ ହୋଇଛି । ତେଣୁ ତାଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାନ୍ତ କୁମାର ଜେନା ଓ ସୌଭାଗ୍ୟ ସୁନ୍ଦର ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର