Monday , November 29 2021
Breaking News
Home / ଶିକ୍ଷା / କେନ୍ଦ୍ରାପଡା ଏନପିଏସ ଶିକ୍ଷକ ସଂଘର ବୈଠକ

କେନ୍ଦ୍ରାପଡା ଏନପିଏସ ଶିକ୍ଷକ ସଂଘର ବୈଠକ

କେନ୍ଦ୍ରାପଡ଼ା,୨୫/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଂଜୀବନୀ ବିଦ୍ୟାମନ୍ଦିର ପରିସରରେ ଜିଲ୍ଲାର ଏନପିଏସ ଶିକ୍ଷକମାନଙ୍କର ଏକ ବୈଠକ ବରିଷ୍ଠ ଶିକ୍ଷକ ଅରୁଣ ପରମାଣିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ୯ଟି ବ୍ଲକର ଶିକ୍ଷକ, ଶିକ୍ଷୟତ୍ରୀ ଓ ସଂଘର କର୍ମକର୍ତାମାନେ ଉପସ୍ଥିତ ଥିଲେ । ସଂଘର ସାଂଗଠନିକ ସମ୍ପାଦକ ମନୋରଞ୍ଜନ ତ୍ରିପାଠୀ ସମସ୍ତ ଶିକ୍ଷକ ବନ୍ଧୁମାନଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ । ଉପସ୍ଥିତ ଶିକ୍ଷକମାନେ ପ୍ରତିମାସରେ ବୈଠକ କରିବା ସହ ସଂଗଠନକୁ ଦୃଢ ଓ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ଏ ପର୍ଯ୍ୟନ୍ତ ଜିଲ୍ଲାର ଶତାଧିକ ଟେକେନ ଓଭର ଉଚ୍ଚ ବିଦ୍ୟାଳୟର କର୍ମଚାରୀମାନେ ସେମାନଙ୍କ ସପ୍ତମ ବେତନର ଶତକଡା ୧୦ ପ୍ରତିଶତ ବକେୟା ପାଇନଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା । ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଦାୟୀତ୍ୱହୀନତା ପାଇଁ ଅନେକ କର୍ମଚାରୀ ଦୀର୍ଘଦିନ ହେବ ଇନକ୍ରୀମେ ବକେୟା ପାଇପାରୁନଥିବା, ମାଟରନିଟି ମଞ୍ଜୁରୀ ପାଇଁ ମଧ୍ୟ ମାସ ମାସ ଅପେକ୍ଷା କରିବାକୁ ପଡୁଥିବା, ବରିଷ୍ଠ ଏସ.ଇ.ଏସ. ଗ୍ରେଡେସନ ତାଲିକା ମଧ୍ୟ ସୁଚାରୁରୂପେ ପ୍ରସ୍ତୁତ ହୋଇପାରୁନଥିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏସମସ୍ତ ବିଷୟ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ଶିକ୍ଷକମାନେ ଦୃଢମତ ରଖିଥିଲେ । ଏହାବ୍ୟତିତ ୬ବର୍ଷର ଚୁକ୍ତିଭିତିକ ସମୟକୁ ରେଗୁଲାର ପିରିୟଡ ସହ ଯୋଗକରିବା ଓ ପୁରାତନ ପେନସନ ବ୍ୟବସ୍ଥାକୁ ପୁନର୍ବାର ଲାଗୁ କରିବା ପାଇଁ ସରକାରଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆସନ୍ତା ନଭେମ୍ବରମାସ ୭ତାରିଖରେ ସଂଘର ଏକ ବଡ ଧରଣର ସଭା କରାଯିବାକୁ ସ୍ଥିର କରାଯାଇଥିଲା । ପରିଶେଷରେ ନିରଞ୍ଜନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୭୪ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ  

ରଘୁନାଥପୁର,୨୮/୧୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଂଚାୟତର ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ତମ ସମର ଶିକ୍ଷାର୍ଥୀ …

Leave a Reply

Your email address will not be published. Required fields are marked *